ଆମେରିକାର ୨୦୨୬ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ, ହାରିବା ପରେ ଟ୍ରମ୍ପ କହିଲେ ଏମିତି କଥା

ନୂଆଦିଲ୍ଲୀ,୦୪/୧୧: ଆମେରିକାର ୨୦୨୬ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରିପବ୍ଲିକାନ ପାର୍ଟିର ବଡ଼ ପରାଜୟ ଏବଂ ଡେମୋକ୍ରାଟ୍ସଙ୍କ ବିପୁଳ ବିଜୟର ଆକଳନ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି । ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ’ ରେ ଲେଖିଛନ୍ତି ଯେ, ସେ ନିଜେ ଏହି ନିର୍ବାଚନ ମଇଦାନରେ ନ ଥିଲେ । ଯଦି ବାଲାଟରେ ତାଙ୍କ ନାମ ଥାଆନ୍ତା, ତେବେ ରିପବ୍ଲିକାନମାନେ ଏକ ବଡ଼ ଏବଂ ଏକତରଫା ବିଜୟ ହାସଲ କରିଥାନ୍ତେ । ଟ୍ରମ୍ପଙ୍କ ଏହି ମନ୍ତବ୍ୟ ସେତେବେଳେ ଆସିଛି ଯେତେବେଳେ ଡେମୋକ୍ରାଟମାନେ ଟେକ୍ସାସ, ଉତ୍ତର କାରୋଲିନା, ଦକ୍ଷିଣ କାରୋଲିନା ଏବଂ ଓହାଇଓରେ ଆମେରିକା ସିନେଟ୍‌ରେ ନିଜର ପତିଆରା ଜାହିର କରିଛନ୍ତି। ସେସବୁ ଅଞ୍ଚଳରେ ଟ୍ରମ୍ପ ଜୋରଦାର୍ ପ୍ରଚାର କରି ଭୋଟରମାନଙ୍କୁ ହାତେଇବାକୁ ପ୍ରୟାସ କରିଥିଲେ।ମୁଁ ନିର୍ବାଚନ ମଇଦାନରେ ନଥିଲି, ଏବଂ ଯଦି ମୁଁ ଥାଆନ୍ତି, ତେବେ ଆମେ ବିପୁଳ ମତରେ ଜିତିଥାନ୍ତୁ ବୋଲି ସେ ତାଙ୍କ ଟ୍ରୁଥ୍ ସୋସିଆଲ ପ୍ଲାଟଫର୍ମରେ ଏକ ପୋଷ୍ଟରେ କହିଛନ୍ତି। ନ୍ୟୁୟର୍କ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ, ଟ୍ରମ୍ପ କହିଛନ୍ତି ଯେ ସେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନର ଫଳାଫଳକୁ ଗ୍ରହଣ କରିଛନ୍ତି ଏବଂ ଡେମୋକ୍ରାଟଙ୍କ ସହ କାମ କରିବାକୁ ପ୍ରସ୍ତୁତ। । ଆମେରିକା ସିନେଟ୍‌ରେ ଡେମୋକ୍ରାଟମାନେ ବିଜୟୀ ହୋଇଛନ୍ତି। ୨୦୨୬ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଡେମୋକ୍ରାଟମାନେ ଆମେରିକୀୟ ସିନେଟର ନିୟନ୍ତ୍ରଣ ପୁନଃ ହାସଲ କରିଛନ୍ତି।

Leave a Reply

Your email address will not be published. Required fields are marked *