ଚାଷୀଙ୍କ ପାଇଁ ଖୁସି ଖବର, କାଲି ମିଳିବ ପିଏମ୍‌ କିଷାନ ଯୋଜନାର ୨୪ତମ କିସ୍ତି

ନୂଆଦିଲ୍ଲୀ,୨୯/୧୦:ଚାଷୀଙ୍କ ପାଇଁ ଖୁସି ଖବର । ଆସନ୍ତାକାଲି ମିଳିବ ପିଏମ୍‌ କିଷାନ ଯୋଜନାର ୨୪ତମ କିସ୍ତି । ପିଏମ୍‌ କିଷାନ ଉତ୍ସବ ଦିବସ ଅବସରରେ ଦେଶବ୍ୟାପୀ ଚାଷୀଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯିବ । ଗୁଜରାଟର ବନାସକାଣ୍ଠାରେ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିସ୍ତି ପ୍ରଦାନ କରିବେ । ଓଡ଼ିଶାରେ ମଧ୍ୟ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି ।

ଏଥିରେ ଓଡ଼ିଶାର ୩୫ ଲକ୍ଷ ୩୯ ହଜାର ୨୯୭ ଜଣ ଚାଷୀଙ୍କ ଖାତାକୁ ୭୦୭ କୋଟି ୮୫ ଲକ୍ଷ ୯୪ ହଜାର ଟଙ୍କା ହସ୍ତାନ୍ତର କରାଯିବ । ଗୁଜରାଟର ବନାସକାଣ୍ଠାରେ ଆୟୋଜିତ ହେବ ଜାତୀୟସ୍ତରୀୟ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀଙ୍କୁ ଏହି କିସ୍ତି ପ୍ରଦାନ କରିବେ । ଏପଟେ ଭୁବନେଶ୍ୱର ସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ସକାଳ ୯ଟାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେବେ।

 

Leave a Reply

Your email address will not be published. Required fields are marked *