ଭୁବନେଶ୍ୱର,୨୮/୧୦: ବାତ୍ୟା ଅର୍ଣ୍ଣବକୁ ନେଇ ଆସିଲା ବଡ଼ ଅପଡେଟ୍ । ଆଉ ଘଣ୍ଟାଏ ଭିତରେ ସରିପାରେ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଦିଗ ପରିବର୍ତ୍ତନ ଯୋଗୁଁ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟାରେ ବିଳମ୍ବ ହୋଇଥିବା ସୂଚନା ମିଳିଛି । ଗତ ୩ ଘଣ୍ଟା ଧରି ବାତ୍ୟା ପ୍ରାୟ ସ୍ଥିର ରହିଥିବା ବେଳେ ଏବେ ଏହାର ଗତିପଥକୁ ନେଇ ନଜର ରହିଛି । ବର୍ତ୍ତମାନ ବାତ୍ୟା ପ୍ରଭାବରେ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ବେଗରେ ପବନ ବହୁଛି । ଝଟକା ପବନର ବେଗ ୧୪୦ କିଲୋମିଟର ପର୍ଯ୍ୟନ୍ତ ରହିଛି । ଏଭଳି ପ୍ରବଳ ପବନ ଯୋଗୁଁ ଉପକୂଳ ଅଞ୍ଚଳରେ କ୍ଷୟକ୍ଷତିର ଆଶଙ୍କା ରହିଛି ।