ଭୁବନେଶ୍ୱର,୨୭/୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ’ଅର୍ଣ୍ଣବ’କୁ ନେଇ ଏବେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଚିନ୍ତା ବଢ଼ିଛି। ସମୁଦ୍ର ଭିତରୁ ଏହି ବାତ୍ୟା ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି । ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଏହା ଗଭୀର ଅବପାତର ରୂପ ନେଇ ସାରିଛି। ଏହା ଅକ୍ଟୋବର ୨୮ ତାରିଖ ସକାଳ ଠାରୁ ଅପରାହ୍ଣ ମଧ୍ୟରେ ଆନ୍ଧ୍ରପ୍ରଦେଶର ବାପଟାଲା ଏବଂ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ।
ବାତ୍ୟା ଯେଉଁ ସମୟରେ ସ୍ଥଳଭାଗ ଛୁଇଁବ, ସେହି ସମୟରେ ପବନର ଘଣ୍ଟା ପିଛା ବେଗ ୧୨୫ରୁ ୧୩୫କିମି ରହିବ। ଝଟକା ପବନ ୧୫୦ କିମି ପର୍ଯ୍ୟନ୍ତ ପହଞ୍ଚି ପାରେ। ବାତ୍ୟା କାରଣରୁ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶର ଉପକୂଳ ଅଞ୍ଚଳ ସମେତ ଆଭ୍ୟନ୍ତରୀଣ କ୍ଷେତ୍ରରେ ପ୍ରବଳ ବର୍ଷା ହୋଇପାରେ । ପବନ ସହିତ ସମୁଦ୍ରରେ ଉଚ୍ଚ ଢେଉ ଆସିପାରେ।
ଏହାରି ମଧ୍ୟରେ ଓଡ଼ିଶାର ଅନେକ ଜିଲ୍ଳାରେ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି, ଯେଉଁଥିରେ ମାଲକାନଗିରି, ନବରଂଗପୁର, କୋରାପୁଟ, ରାୟଗଡ଼ା, ଗଂଜାମ, ଗଜପତି, କଟକ ଏବଂ ଖୋର୍ଦ୍ଧା ସାମିଲ ଅଛି। ସେହିପରି ୪ଟି ରାଜ୍ୟରେ ୬୦ରୁ ଅଧିକ ଟ୍ରେନ୍ ବାତିଲ କରିଦିଆଯାଇଛି।