ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ଜାରି

ଭୁବନେଶ୍ୱର,୨୭/୧୦: ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ବାତ୍ୟା ଅର୍ଣ୍ଣବର ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି । ସାଟେଲାଇଟରୁ ଉତ୍ତୋଳନ ହୋଇଥିବା ଏହି ଭିଜୁଆଲରେ ବାତ୍ୟାର ଆଖି ସ୍ପଷ୍ଟଭାବେ ଦୃଶ୍ୟମାନ ହେଉଛି ।

ବିଶାଖାପାଟଣମ ରାଡାରରେ ମଧ୍ୟ ବାତ୍ୟା ଅର୍ଣ୍ଣବର ଆଖି ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି । ବାତ୍ୟାର ବାହ୍ୟବଳୟ ପ୍ରଭାବରେ ଓଡ଼ିଶାର ଅନେକ ଜିଲ୍ଲାରେ ପାଗରେ ପରିବର୍ତ୍ତନ ସହ ବର୍ଷାର ପ୍ରଭାବ ଦେଖିବାକୁ ମିଳୁଛି । ବିଶେଷ କରି ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବାତ୍ୟାକୁ ନେଇ ଚିନ୍ତା ବଢ଼ିଛି ।

ବାତ୍ୟାର ବାହ୍ୟବଳୟ ଯୋଗୁଁ କେତେକ ସ୍ଥାନରେ ମେଘୁଆ ପାଗ ସହ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା । ତେବେ ବାତ୍ୟାର ତୀବ୍ରତା, ଗତିପଥ ଓ ଓଡ଼ିଶା ଉପରେ ଏହାର ପ୍ରକୃତ ପ୍ରଭାବ ସମ୍ପର୍କରେ ନିଶ୍ଚିତ ସୂଚନା ପାଇଁ ପାଣିପାଗ ବିଭାଗର ସରକାରୀ ବୁଲେଟିନ୍‌କୁ ଅନୁସରଣ କରିବା ଜରୁରୀ।

Leave a Reply

Your email address will not be published. Required fields are marked *