ଆଜିଠୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ, ହବିଷ୍ୟାଳିମାନଙ୍କ ପାଇଁ ପୁରୀରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର,୨୬/୧୦: ଆଜିଠୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ।  ହବିଷ୍ୟାଳିମାନେ ସକାଳୁ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବା ପରେ ସଂକଳ୍ପ କରି ଆରମ୍ଭ କରିଛନ୍ତି କାର୍ତ୍ତିକ ବ୍ରତ ସହ ବାଲୁକା ପୂଜା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସହ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ମଠବାଡ଼ିରୁ ଆରମ୍ଭ କରି ଶିବିର ସବୁଠି ହରିବୋଲ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ପରିବେଶ। ସକାଳୁ ସକାଳୁ ହବିଷ୍ୟାଳିମାନେ ନରେନ୍ଦ୍ର ପୁଷ୍କରିଣୀ ସମେତ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ବୃନ୍ଦାବତୀ ମୂଳରେ ପୂଜନ ସହିତ ବ୍ରତ ବାନ୍ଧିଛନ୍ତି। ସେପଟେ ସରକାରୀ ଶିବିରରେ ଅବସ୍ଥାନ କରୁଥିବା ହବିଷ୍ୟାଳିମାନଙ୍କୁ ସ୍ୱତନ୍ତ୍ର ବସ୍‌ ଯୋଗେ ନେଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରାଇବାର ବ୍ୟବସ୍ଥା କରାଯାଇଛି। ଦିନରେ ଏକ ଓଳି ମହାପ୍ରସାଦର ବ୍ୟବସ୍ଥା ହୋଇଥିବା ବେଳେ ତୁଳସୀ ଚଉଁରା, ଆକାଶ ଦୀପ, ଭୋଗରାଗ ସହିତ ପୁରୋହିତ, ପ୍ରବଚନର ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ଆଉ କିଛି ଅଣପଞ୍ଜୀକୃତ ହବିଷ୍ୟାଳିଙ୍କୁ ବି ପଞ୍ଜୀକରଣ କରାଇ ବିଭିନ୍ନ ଶିବିରରେ ରଖାଯାଇଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରି ହବିଷ୍ୟାଳି ପାଳନ କରୁଛନ୍ତି ହବିଷ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା।

Leave a Reply

Your email address will not be published. Required fields are marked *