ମଧ୍ୟପ୍ରଦେଶରେ ଭୟଙ୍କର ଦୁର୍ଘଟଣା, ଚାଲିଗଲା ୮ଜଣଙ୍କ ଜୀବନ

ନୂଆଦିଲ୍ଲୀ,୧୯/୦୯: ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲାର ନାଲଖେଡାରେ ଥିବା ମା ବଗଳାମୁଖୀ ମନ୍ଦିର ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମନ୍ଦିର ନିକଟରେ ଥିବା ନାଳରେ ପ୍ରବଳ ବର୍ଷା ଜଳ ସ୍ରୋତରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଇଥିବା ଏକ କାର୍ ଭାସି ଯାଇଛି। ଏହି ଦୁର୍ଘଟଣାରେ ତିନି ଜଣ ଶିଶୁ, ଦୁଇ ଜଣ ମହିଳା ଏବଂ ତିନି ଜଣ ପୁରୁଷ ସମେତ ସାତ ଜଣଙ୍କର ମୃତ୍ୟୁ ଘଟିଛି।ଉପଲବ୍ଧ ସୂଚନା ଅନୁଯାୟୀ,ସେମାନେ ଉଜ୍ଜୟିନୀରୁ କାର ଭଡ଼ାରେ ନେଇ ମା’ ବଗଳାମୁଖୀ ମନ୍ଦିର ଦର୍ଶନ ପାଇଁ ନାଲଖେଡାରେ ପହଞ୍ଚିଥିଲେ। ବର୍ଷା ଯୋଗୁଁ ଡ୍ରେନ୍‌ରେ ପାଣି ପ୍ରବାହ ସ୍ତର ବଢ଼ିଯାଇଥିଲା। ଦର୍ଶନ ପରେ ଫେରୁଥିବା ସମୟରେ କାରଟି ପ୍ରବଳ ଜଳ ସ୍ରୋତରେ ଫସି ଯାଇଥିଲା ଏବଂ ଭାସି ଯାଇଥିଲା।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ପ୍ରଶାସନିକ ଅଧିକାରୀ ଏବଂ ଏକ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁତ ଚେଷ୍ଟା ପରେ ଡ୍ରେନ୍‌ରୁ କାରକୁ ବାହାର କରାଯାଇଥିଲା। ତେବେ ସେତେବେଳେକୁ ସେଥିରେ ଥିବା ସମସ୍ତ ଆଠ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା।

Leave a Reply

Your email address will not be published. Required fields are marked *