ନନ୍ଦନକାନନରେ ଥିବା ୫ ଓରାଙ୍ଗଉଟାନ୍ ଶାବକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ଭୁବନେଶ୍ୱର: ଓରାଙ୍ଗଉଟାନ୍ ଶାବକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଶିଶୁ ପ୍ରାଣୀ ସେବା ଯତ୍ନ ସଙ୍ଗରୋଧ କକ୍ଷରେ ଥିବା ୫ଟି ଓରାଂଉଟାନ୍ ଶାବକଙ୍କ ସ୍ୱାସ୍ଥ୍ୟ ରିପୋର୍ଟରେ ସନ୍ତୋଷଜନକ ତଥ୍ୟ ମିଳିଛି । ସେମାନେ ସ୍ୱାଭାବିକ ଭାବେ ଖାଦ୍ୟ ଗ୍ରହଣ କରୁଥିବା ବେଳେ ସେମାନଙ୍କର ସକ୍ରିୟତାରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି । ପ୍ରାଣୀ ଉଦ୍ୟାନର ପଶୁ ଚିକିତ୍ସକ ଓ କର୍ମଚାରୀମାନେ ଶାବକ ମାନଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ଗ୍ରହଣ ଏବଂ ଦୈନନ୍ଦିନ ଗତିବିଧି ଉପରେ ନିୟମିତ ନଜର ରଖିଛନ୍ତି । ଆଗାମୀ ଦିନରେ ମଧ୍ୟ ସେମାନଙ୍କୁ ନିରନ୍ତର ନିରୀକ୍ଷଣରେ ରଖାଯିବ ।

Leave a Reply

Your email address will not be published. Required fields are marked *