ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫/୦୯: ନୂଆଁଖାଇ ପାଇଁ ଆଜି ଉଠୁଛି ପଡ଼ୁଛି ପୂରା ପଶ୍ଚିମ ଓଡ଼ିଶା । ଏହି କୃଷିଭିତ୍ତିକ ଗଣପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି । ଏହା କେବଳ ଏକ ପର୍ବ ନୁହେଁ, ଆମର ମାଟି, ସଂସ୍କୃତି, ଚାଲିଚଳନ ଓ ସାମାଜିକ ଏକତାର ପ୍ରାଣସ୍ପନ୍ଦନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ଏହା ପଶ୍ଚିମ ଓଡ଼ିଶାର କୃଷି, ପରମ୍ପରା, ଭାଇଚାରା ଓ ସାମାଜିକ ଏକତାର ପ୍ରତୀକ। ନୂଆ ଫସଲ ଅମଳ ପରେ ଚାଷୀଙ୍କ ଜୀବନରେ ଆସୁଥିବା ଏହି ଆନନ୍ଦର ପର୍ବରେ ଲୋକେ ପରସ୍ପରକୁ ନୂଆଖାଇ ଜୁହାର ଜଣାଇ ଶୁଭେଚ୍ଛା ଜଣାଇବେ। ଲଗ୍ନ ଅନୁସାରେ ଇଷ୍ଟଦେବୀ ସମଲେଶ୍ୱରୀଙ୍କ ସମେତ ବିଭିନ୍ନ ଦେବଦେବୀଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ନବାନ୍ନ ଅର୍ପଣ କରାଯିବ।

Leave a Reply

Your email address will not be published. Required fields are marked *