ଭୁବନେଶ୍ୱର, ୧୩/୦୯: ଓଡ଼ିଶାରେ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ୍ଙ୍କ ସୁରକ୍ଷା ଓ ଥଇଥାନ ଏବେ ବନବିଭାଗ ପାଇଁ ବଡ଼ ଆହ୍ୱାନ । ନିଜ ପ୍ରାକୃତିକ ପରିବେଶଠାରୁ ହଜାର ହଜାର କିଲୋମିଟର ଦୂରରେ ରହି ମାନସିକ ଚାପରେ ଅଛନ୍ତି।ସେମାନଙ୍କ ମାନସିକ ଚାପ କମାଇବା ପାଇଁ ଦିଆଯାଉଛି ମ୍ୟୁଜିକ୍ ଥେରାପି। ଏହି ଜୀବମାନଙ୍କ ମୂଳ ବାସସ୍ଥାନ ଇଣ୍ଡୋନେସିଆ ଓ ମାଲେସିଆର ଘଞ୍ଚ ବର୍ଷାରଣ୍ୟ ହୋଇଥିବାରୁ, ଏଠାକାର ଭିନ୍ନ ତାପମାତ୍ରା, ଆର୍ଦ୍ରତା ଓ ଖାଦ୍ୟଶୈଳୀ ସେମାନଙ୍କ ଶାରୀରିକ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଇବ, ତାହାକୁ ନେଇ ଚିନ୍ତା ବଢ଼ିଛି ।ଶାରୀରିକ ସ୍ୱାସ୍ଥ୍ୟ ସହ ଅଜଣା ପରିବେଶରେ ରହିବା କାରଣରୁ ଏହି ବୁଦ୍ଧିମାନ ବନ୍ୟପ୍ରାଣୀମାନେ ଗମ୍ଭୀର ମାନସିକ ଚାପ ବା ଷ୍ଟ୍ରେସ୍ ଦେଇ ଗତି କରୁଛନ୍ତି । ଏହି ମାନସିକ ଚାପ ହ୍ରାସ କରିବା ପାଇଁ ବର୍ତ୍ତମାନ ସେମାନଙ୍କୁ ସ୍ୱତନ୍ତ୍ର ‘ମ୍ୟୁଜିକ୍ ଥେରାପି’ ପ୍ରଦାନ କରାଯାଉଛି ।