ଓଡ଼ିଶାରୁ ଓରାଙ୍ଗଉଟାନ ମିଳିବା ଘଟଣା, ତଦନ୍ତ କରିବ STF

ଭୁବନେଶ୍ୱର,୧୧/୦୯: ଓଡ଼ିଶାରୁ ଓରାଙ୍ଗଉଟାନ ମିଳିବା ଘଟଣାକୁ ନେଇ ଏବେ ତଦନ୍ତ ଜୋରଦାର ହେବାକୁ ଯାଉଛି। ଓରାଙ୍ଗଉଟାନଟି କେଉଁଠୁ ଓଡ଼ିଶାକୁ ଆସିଲା, କିଏ ଆଣିଥିଲା ଏବଂ କେମିତି ଏଠାକୁ ଆସିଲା, ତାହାର ଗୁମର ଖୋଲିବ STF । ଏହି ଘଟଣାରେ ଆଜି ବିଧିବଦ୍ଧ ଭାବେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଦାୟିତ୍ୱ STFକୁ ଦିଆଯାଇଛି ।ଏନେଇ ପୋଲିସ ଡିଜିପିଙ୍କ ପକ୍ଷରୁ STFକୁ ମାମଲା ରୁଜୁ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ବନ ବିଭାଗ ପକ୍ଷରୁ ମଧ୍ୟ ଏହି ଘଟଣାରେ ମାମଲା ରୁଜୁ ପାଇଁ ଡିଜିପିଙ୍କୁ ଚିଠି ଲେଖି ଅନୁରୋଧ କରାଯାଇଥିଲା। ଏହାପରେ ଘଟଣାର ଗୁରୁତ୍ୱକୁ ଦେଖି STFକୁ ତଦନ୍ତ ଭାର ଦିଆଯାଇଛି ।

ବିଶେଷ କରି ଏହି ଘଟଣା ପଛରେ କୌଣସି ବନ୍ୟଜନ୍ତୁ ଚୋରାଚାଲାଣ ରାକେଟ୍ କାମ କରୁଛି କି ନାହିଁ, ତାହା ତଦନ୍ତର ମୁଖ୍ୟ ଦିଗ ହେବ। ଓରାଙ୍ଗଉଟାନ ଭଳି ଦୁର୍ଲଭ ବନ୍ୟଜନ୍ତୁ ଓଡ଼ିଶାରେ କିପରି ପହଞ୍ଚିଲା, ଏହା ପଛରେ କିଏ ଅଛି ଏବଂ ଏହାକୁ କେଉଁ ରାସ୍ତାରେ ଅଣାଯାଇଥିଲା, ସେନେଇ ତଥ୍ୟ ଖୋଜିବ STF।

Leave a Reply

Your email address will not be published. Required fields are marked *