ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ବିଜେପି ରାଜ୍ୟ କାର୍ୟ୍ୟକାରିଣୀ ବୈଠକ ୧୦ ସୁତ୍ରୀ ପ୍ରସ୍ତାବ ଉପରେ ଆଲୋଚନା

ଭୁବନେଶ୍ୱର,୦୫/୦୯: ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ। ଏହା ପୂର୍ବରୁ କଟକରେ ଆରମ୍ଭ ହୋଇଛି ବିଜେପି ରାଜ୍ୟ କାର୍ୟ୍ୟକାରିଣୀ ବୈଠକ। ଏଥିରେ ପଞ୍ଚାୟତ ନିର୍ବାଚନ ପାଇଁ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରାଯିବ। ଏହା ସହ ୧୦ ସୂତ୍ରୀ ପ୍ରସ୍ତାବ ପାରିତ ହେବ। କାର୍ୟ୍ୟକାରୀଣୀ ସଦସ୍ୟଙ୍କ ସହ ବିସ୍ତୃତ ଆଲୋଚନା କରାଯାଇ ସଙ୍କଳ୍ପ ପତ୍ର ପାରିତ ହେବ। ଆଉ ୬ ମାସ ପରେ ପଞ୍ଚାୟତ ଓ ପୌର ନିର୍ବାଚନ। ସଙ୍ଗଠନକୁ ମଜଭୁତ କରିବା ଏବଂ ତୃଣମୃଳ ସ୍ତରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାକୁ ପହଂଚାଇବା ଉପରେ ଗୁରୁତ୍ବ ଦେଇଛି ବିଜେପି। ଆଜି ପ୍ରଥମ ଦିନରେ ୧୦ ସୁତ୍ରୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ଆସନ୍ତାକାଲି କାର୍ୟ୍ୟକାରୀଣୀ ସଦସ୍ୟଙ୍କ ସହ ବିସ୍ତୃତ ଆଲୋଚନା କରାଯାଇ ସଙ୍କଳ୍ପ ପତ୍ର ପାରିତ ହେବ। ତୃଣମୃଳ ସ୍ତରରେ ବିଧାୟକ ଓ ସାଂସଦମାନେ ଲୋକଙ୍କ ସହ କିପରି ସୁ-ସମ୍ପର୍କ ବଢାଇବେ ସେନେଇ ନେତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *