କୋଲକାତାର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୯ ଜଣ ବାଂଲାଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୯/୦୮: କୋଲକାତାର ମିର୍ଜା ଗାଲିବ ଷ୍ଟ୍ରିଟ୍‌ରେ ଥିବା ଏକ ହୋଟେଲରେ ଭୋର ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ଅତି କମରେ ୯ ଜଣ ବାଂଲାଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଭୋର ପ୍ରାୟ ୨ଟା ସମୟରେ ହୋଟେଲରେ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡ ସମୟରେ ଅଧିକାଂଶ ହୋଟେଲ ଅତିଥି ଶୋଇଥିବାରୁ ଘଟଣା ଭୟାବହ ରୂପ ନେଇଥିଲା। ନିଆଁ ସହ ଘନ ଧୂଆଁ ସମଗ୍ର ହୋଟେଲରେ ବ୍ୟାପିଯିବାରୁ ଅତିଥିମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଖବର ପାଇବା ପରେ ଅଗ୍ନିଶମ ବାହିନୀର ଏକାଧିକ ଗାଡ଼ି ଏବଂ ପୁଲିସ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର ଓ ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ସମୟର ଉଦ୍ଧାର ଅଭିଯାନ ପରେ ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲା।

Leave a Reply

Your email address will not be published. Required fields are marked *