ନୂଆଦିଲ୍ଲୀ,୧୯/୦୮: ପାକିସ୍ତାନରେ ଖୋଲିଲା ଗୁଗଲର ପ୍ରଥମ ସ୍ଥାନୀୟ ଅଫିସ୍ । ଇସଲାମାବାଦରେ ଗୁଗଲର ଏହି ଅଫିସ୍କୁ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଉଦ୍ଘାଟନ କରିଛନ୍ତି । ପାକିସ୍ତାନର ଡିଜିଟାଲ ଅର୍ଥନୀତି ଏବଂ ଟେକ୍ନୋଲୋଜି କ୍ଷେତ୍ରକୁ ଆଗକୁ ବଢ଼ାଇବା ଦିଗରେ ଏହାକୁ ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି । ଗୁଗଲର ଉପାଧ୍ୟକ୍ଷ ୱିଲସନ୍ ହ୍ୱାଇଟ୍ଙ୍କ ନେତୃତ୍ୱରେ ୯ ଜଣିଆ ଗୁଗଲ ପ୍ରତିନିଧିମଣ୍ଡଳ ଇସଲାମାବାଦରେ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଗୁଗଲର ପ୍ରଥମ ଅଫିସ୍ ଉଦ୍ଘାଟନ ହୋଇଥିଲା । ଶେହବାଜ ଶରିଫ କହିଛନ୍ତି ଯେ, ପାକିସ୍ତାନର ଡିଜିଟାଲ ପରିବର୍ତ୍ତନ ଯାତ୍ରାରେ ଗୁଗଲର ସ୍ଥାନୀୟ ଅଫିସ୍ ଏକ ମାଇଲଷ୍ଟୋନ୍ । ଦେଶର ଯୁବପିଢ଼ିଙ୍କୁ ଆଧୁନିକ ଟେକ୍ନୋଲୋଜି, ଡିଜିଟାଲ ସ୍କିଲ୍ ଏବଂ ନୂଆ ସୁଯୋଗ ସହ ଯୋଡ଼ିବାରେ ଏହା ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।