ଦିଲ୍ଲୀରେ ଚାଲିଛି ତୀବ୍ର ପ୍ରତିବାଦ, ୧୬ଟି ପ୍ରମୁଖ ମେଟ୍ରୋ ଷ୍ଟେସନ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ

ନୂଆଦିଲ୍ଲୀ,୨୨/୦୭: ରାଜଧାନୀ ଦିଲ୍ଲୀରେ ଚାଲିଥିବା ତୀବ୍ର ପ୍ରତିବାଦ ଓ ଆନ୍ଦୋଳନକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନେଇଛି ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରଖିବା ଉଦ୍ଦେଶ୍ୟରେ କେନ୍ଦ୍ରୀୟ ଦିଲ୍ଲୀର ୧୬ଟି ପ୍ରମୁଖ ମେଟ୍ରୋ ଷ୍ଟେସନ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି । ଏହି ଷ୍ଟେସନ୍‌ଗୁଡ଼ିକରେ ମେଟ୍ରୋ ଟ୍ରେନ୍ ଅଟକିବ ନାହିଁ ବୋଲି ସୂଚନା ମିଳିଛି । ପରୀକ୍ଷାରେ ଅନିୟମିତତା ଏବଂ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ ଜନ୍ତର ମନ୍ତରରେ ଛାତ୍ରଛାତ୍ରୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିବାଦ ଜାରି ରହିଛି । ଏହାସହ ସଂସଦ ଭବନ ଆଡ଼କୁ ପଦଯାତ୍ରା ପାଇଁ ମଧ୍ୟ ଡାକରା ଦିଆଯାଇଛି । ଫଳରେ କେନ୍ଦ୍ରୀୟ ଦିଲ୍ଲୀରେ ବହୁ ସଂଖ୍ୟକ ଆନ୍ଦୋଳନକାରୀଙ୍କ ସମାଗମ ହୋଇଛି । ସମ୍ଭାବ୍ୟ ଭିଡ଼ ଏବଂ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସୁରକ୍ଷା ଏଜେନ୍ସିଙ୍କ ପରାମର୍ଶକ୍ରମେ DMRC ଏହି ପଦକ୍ଷେପ ନେଇଥିବା କୁହାଯାଉଛି ।

 

Leave a Reply

Your email address will not be published. Required fields are marked *