CJPର ଆବେଦନକୁ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ, କହିଲେ ଭିଡିଓ ଦେଖାଇ ସମୟ ନଷ୍ଟ କରନ୍ତୁ ନାହିଁ

ନୂଆଦିଲ୍ଲୀ,୨୨/୦୭: ରାଜଧାନୀ ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ଓ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟ ସମସ୍ତଙ୍କୁ ଚକିତ କରିଦେଇଛି । ସିଜେପିର ବିକ୍ଷୋଭ ପ୍ରଦର୍ଶନ ସମୟରେ ଛାତ୍ରଛାତ୍ରୀମାନଙ୍କ ଉପରେ ଦିଲ୍ଲୀ ପୋଲିସର କଠୋର କାର୍ଯ୍ୟାନୁଷ୍ଠାନକୁ ନେଇ ଜାରି ହୋଇଥିବା ଜରୁରୀ ଆବେଦନକୁ ଶୁଣାଣି କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି CJI ସୂର୍ଯ୍ୟକାନ୍ତ। ସିଜେପିର ଆନ୍ଦୋଳନ ବେଳେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା ଯେଉଁଥିରେ ପୁଲିସ ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଏହି ନିର୍ଯାତନାର ଭିଡିଓ ପ୍ରମାଣ ଦେଖାଇ ଜଣେ ଓକିଲ ଆବେଦନର ଜରୁରୀ ଶୁଣାଣି ପାଇଁ ପ୍ରଧାନ ବିଚାରପତିଙ୍କ ଆଗରେ ଗୁହାରି କରିଥିଲେ। ତେବେ ଶୁଣାଣି ଆରମ୍ଭରେ ହିଁ ସର୍ବୋଚ୍ଚ ଅଦାଲତ ଏହି ସମ୍ବେଦନଶୀଳ ମାମଲାରେ ହସ୍ତକ୍ଷେପ କରିବାକୁ ସ୍ପଷ୍ଟ ମନା କରିଦେଇଛନ୍ତି। କୋର୍ଟର କାର୍ଯ୍ୟାନୁଷ୍ଠାନ ସମୟରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନାଙ୍କ ପୀଠ ଆଗରେ ଓକିଲ ଜଣକ ଭିଡିଓ ଦେଖାଇବାକୁ ଚେଷ୍ଟା କରିଥିଲେ। ଏହା ଉପରେ କ୍ରୋଧ ପ୍ରକାଶ କରି ପ୍ରଧାନ ବିଚାରପତି କହିଥିଲେ, ଆମର ଭିଡିଓ ଦେଖିବାରେ କୌଣସି ଆଗ୍ରହ ନାହିଁ, ଏସବୁ ଦେଖିବାକୁ ଆମ ପାଖରେ ସମୟ ନାହିଁ। ଆମର ସମୟ ନଷ୍ଟ କରନ୍ତୁ ନାହିଁ ଏବଂ ନିଜର ସମୟ ବି ନଷ୍ଟ କରନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *