ସରକାରୀ କାର୍ଯ୍ୟରେ ବଢ଼ିବ ଏଆଇର ବ୍ୟବହାର, ଆର୍ଥିକ ମଞ୍ଜୁରି ଲୋଡ଼ିଛି ବିଭାଗ

ଭୁବନେଶ୍ୱର, ୨୨/୦୭: ସରକାରୀ କାର୍ଯ୍ୟରେ ବଢ଼ିବ ଏଆଇର ବ୍ୟବହାର । ଗ୍ରାମ୍ୟ ଉନ୍ନୟନ ବିଭାଗରେ ଏଆଇ ଆଧାରିତ ସେବା ଆରମ୍ଭ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ChatGPT Plus, Google AI Pro ଭଳି ଏଆଇ ସେବା କିଣିବା ସହ ଅଧିକ କ୍ଲାଉଡ୍ ଷ୍ଟୋରେଜ୍ ଓ ଉନ୍ନତ ଭିଡିଓ କନଫରେନ୍ସିଂ ସୁବିଧା ପାଇଁ ଆର୍ଥିକ ମଞ୍ଜୁରି ଲୋଡ଼ିଛି ବିଭାଗ ।
ଡିଜିଟାଲ ଶାସନ ବ୍ୟବସ୍ଥାକୁ ଆହୁରି ଆଧୁନିକ ଓ ଦ୍ରୁତ କରିବା ଦିଗରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏକ ନୂଆ ପଦକ୍ଷେପ ନେଇଛି । ବିଭାଗର ବିଭିନ୍ନ ପ୍ରଶାସନିକ ଏବଂ ବୈଷୟିକ କାର୍ଯ୍ୟରେ କୃତ୍ରିମ ବୁଦ୍ଧିମତାର ସହାୟତା ନେବାକୁ ପ୍ରସ୍ତାବ ରଖାଯାଇଛି ।ଏଥିପାଇଁ ChatGPT Plus ଏବଂ Google AI Pro ପରି ଏଆଇ ପ୍ଲାଟଫର୍ମର ସବ୍ସକ୍ରିପ୍ସନ କିଣିବାକୁ ବିଭାଗ ପକ୍ଷରୁ ଆର୍ଥିକ ମଞ୍ଜୁରି ଚାହିଁଛି। ଏହା ସହ ଅଧିକ କ୍ଲାଉଡ୍ ଷ୍ଟୋରେଜ୍, ଉଚ୍ଚମାନର ଭିଡିଓ କନଫରେନ୍ସିଂ ସୁବିଧା ଏବଂ ଏଆଇ ଆଧାରିତ ଡିଜିଟାଲ ସେବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ସୂଚନା ଅନୁସାରେ, ଇଞ୍ଜିନିୟର-ଇନ୍-ଚିଫ୍ କାର୍ଯ୍ୟାଳୟରୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କ ନିକଟକୁ ଏନେଇ ଏକ ଚିଠି ପଠାଯାଇଛି ।

Leave a Reply

Your email address will not be published. Required fields are marked *