ସବୁ ଚୋର ମୋତେ ଛାଡି ଚାଲିଯାଇଛନ୍ତି, ନିଜର କ୍ରୋଧ ପ୍ରକାଶ କରି ଏମିତି କହିଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ,୨୧/୦୭: ଦଳର ୨୦ ଜଣ ସଦସ୍ୟ ବିଦ୍ରୋହ କରି ଟିଏମସି ଛାଡ଼ି ବିଜେପିରେ ଯୋଗଦେବା ସମ୍ପର୍କରେ ମୁହଁ ଖୋଲିଛନ୍ତି ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ । ସେ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ମଙ୍ଗଳବାର କୋଲକାତାରେ ଏକ ଦଳୀୟ କାର୍ୟ୍ୟକ୍ରମରେ ଭାଷଣ ଦେଇ ସେ କହିଥିଲେ, ସବୁ ଚୋର ମୋତେ ଛାଡି ଚାଲିଯାଇଛନ୍ତି। ମୋ ପିଠିରେ ଛୁରୀ ଭୁସି ସବୁ ଚୋର ବିଜେପିରେ ମିଶିଛନ୍ତି। ସେମାନେ ଟିଏମସିର ନିର୍ବାଚନ ଚିହ୍ନରେ ଜିତିଥିଲେ। ମୁଁ ସେମାନଙ୍କୁ କେବେବି ଆଉ ଦଳରେ ଭର୍ତ୍ତି କରିବି ନାହିଁ। ସେ ରାମ ମନ୍ଦିରରେ ଦାନ ଚୋରି ପ୍ରସଙ୍ଗ ଉଠାଇ କହିଛନ୍ତି, ବିଜେପି ଭଗବାନଙ୍କଠାରୁ ଟଙ୍କା ମଧ୍ୟ ଚୋରି କରିଛି। ଦିନେ ବିଜେପିର ଭୋଟ ଜାଲିଆତିର ପର୍ଦ୍ଦାଫାସ ହେବ। ଦିଲ୍ଲୀରେ ଚାଲିଥିବା କକ୍ରୋଚ୍ ଜନତା ପାର୍ଟିର (ସିଜେପି) ଆନ୍ଦୋଳନ ବିଷୟରେ ସେ କହିଛନ୍ତି ଯେ, ଆବଶ୍ୟକ ହେଲେ ମୁଁ ବ୍ୟକ୍ତିଗତ ଭାବରେ ଆନ୍ଦୋଳନରେ ଅଂଶଗ୍ରହଣ କରିବି। ମୁଁ ଆରମ୍ଭରୁ ସେମାନଙ୍କୁ ସମର୍ଥନ କରିଆସିଛି ଏବଂ ଆଗକୁ ମଧ୍ୟ କରିବି।

Leave a Reply

Your email address will not be published. Required fields are marked *