ରଥଯାତ୍ରା ଦିନ ପୁରୀରେ ଦଳା ଚକଡ଼ାରେ ଦୁଇ ଜଣଙ୍କ ମୃତ୍ୟୁ ଘଟଣା, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦/୦୭: ରଥଯାତ୍ରା ଦିନ ଶ୍ରୀକ୍ଷେତ୍ର ପୁରୀରେ ଏକ ଅତ୍ୟନ୍ତ ଦୁଃଖଦ ତଥା ହୃଦୟବିଦାରକ ଘଟଣା ଘଟିଥିଲା । ପୁରୀରେ ରଥଯାତ୍ରା ସମୟରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା କଟକର ଅନୀଲ ଦାସ ଏବଂ ମହାରାଷ୍ଟ୍ର ମୁମ୍ବାଇରୁ ଆସିଥିବା ଅଶୋକ ସୁବାରେ ରାଇକରଙ୍କର ମୃତ୍ୟୁ ହୋଇଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ପ୍ରାଣହାନି ଘଟିଥିଲା । ଏବେ ଉଭୟଙ୍କ ପରିବାର ପାଇଁ ୧୦ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଦୁଃଖଦ ଘଟଣା ସମ୍ପର୍କରେ ଖବର ପାଇବା ପରେ ଅତ୍ୟନ୍ତ ମର୍ମାହତ ହେବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *