ଭୁବନେଶ୍ୱର,୨୦/୦୭: ଲଗାଣ ବର୍ଷାର ପ୍ରଭାବ ଏବେ ସିଧାସଳଖ ସାଧାରଣ ଲୋକଙ୍କ ପକେଟ୍ ଉପରେ ପଡିଛି । ରାଜଧାନୀ ଭୁବନେଶ୍ୱରର ୧ ନମ୍ବର ପରିବା ହାଟରେ ପରିବା ଦର ଆକାଶଛୁଆଁ ହୋଇଛି। ଅଧିକାଂଶ ପରିବା କିଲୋପିଛା ୬୦ରୁ ୧୨୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିବାରୁ ଗ୍ରାହକଙ୍କ ଚିନ୍ତା ବଢ଼ିଛି । ରୋଷେଇ ଘରର ବଜେଟ୍କୁ ବିଗାଡ଼ି ଦେଇଛି ପରିବା ଦର । ଭୁବନେଶ୍ୱର ୧ ନମ୍ବର ପରିବା ହାଟରେ ପ୍ରାୟ ସବୁ ପରିବାର ଦର ବଢ଼ିଥିବା ଦେଖିବାକୁ ମିଳିଛି । ବାଇଗଣ କିଲୋ ପିଛା ୮୦ରୁ ୧୦୦ ଟଙ୍କା, ପୋଟଳ ୫୦ରୁ ୬୦ ଟଙ୍କା, ଦେଶୀ କାଙ୍କଡ ୧୦୦ ଟଙ୍କା, କୋବି ୬୦ ଟଙ୍କା, ଭେଣ୍ଡି ୮୦ ଟଙ୍କା ଏବଂ ବିନ୍ସ କିଲୋ ପିଛା ୧୨୦ ଟଙ୍କାରେ ବିକ୍ରି ହେଉଛି ।ବ୍ୟବସାୟୀଙ୍କ କହିବା ଅନୁଯାୟୀ, ଲଗାଣ ବର୍ଷା ଯୋଗୁଁ ପରିବା ଚାଷ ପ୍ରଭାବିତ ହୋଇଥିବାରୁ ବଜାରକୁ ପରିବାର ଆଗମନ କମିଯାଇଛି। ଏହାର ସିଧାସଳଖ ପ୍ରଭାବ ଦର ଉପରେ ପଡ଼ିଛି ।