ପହଣ୍ଡି ବିଜେ ଓ ଛେରାପହଁରା ନୀତି ପରେ ରଥଟଣା ଆରମ୍ଭ, ପ୍ରଥମେ ଆଗେଇ ଚାଲିଛନ୍ତି ମହାପ୍ରଭୁ ବଳଭଦ୍ରଙ୍କ ରଥ

ଭୁବନେଶ୍ୱର, ୧୬/୦୭: ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ପହଣ୍ଡି ବିଜେ ଓ ଛେରାପହଁରା ନୀତି ପରେ ରଥଟଣା ଆରମ୍ଭ ହୋଇଛି । ବଡ଼ଦାଣ୍ଡର ସିଂହଦ୍ୱାର ନିକଟରୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଜନସମୁଦ୍ର ଆଜି ଏକାଠି ହୋଇଛି । ‘ଜୟ ଜଗନ୍ନାଥ’, ‘ହରିବୋଲ’ ଓ ‘ହୁଳହୁଳି’ ଧ୍ୱନିରେ ସମଗ୍ର ବଡ଼ଦାଣ୍ଡ ପ୍ରକମ୍ପିତ ହେଉଛି ।

ରଥ ଟଣା ହେବା ସମୟରେ ପରିବେଶ ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇପଡ଼ିଛି ।  ମହାପ୍ରଭୁଙ୍କ ରଥ ସାମ୍ନାରେ ନାଚି ଗାଇ ଆଗେଇ ଚାଲିଛନ୍ତି । ପ୍ରଶାସନ ଓ ପୁଲିସ ପକ୍ଷରୁ ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସିସିଟିଭି ଓ ଡ୍ରୋନ୍ କ୍ୟାମେରା ସହାୟତାରେ ରଥଯାତ୍ରାର ଗତିବିଧି ଉପରେ କଡ଼ା ନଜର ରଖାଯାଇଛି ।ରଥଟଣାର ଏହି ଦୃଶ୍ୟ ସ୍ୱଚକ୍ଷୁରେ ଦେଖିବା ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକମାନେ ପୁରୀରେ ଭିଡ଼ ଜମାଇଛନ୍ତି । ମହାପ୍ରଭୁଙ୍କ ରଥ ଗଡ଼ିବା ସହିତ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ନବଦିନାତ୍ମକ ଯାତ୍ରା । ତିନି ରଥ ଏବେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବଡ଼ଦାଣ୍ଡରେ ଗଡ଼ି ଚାଲିଥିବାବେଳେ, ପ୍ରଭୁଙ୍କୁ ଦର୍ଶନ କରି ଭକ୍ତମାନେ ନିଜକୁ କୃତାର୍ଥ ମନେ କରୁଛନ୍ତି ।

Leave a Reply

Your email address will not be published. Required fields are marked *