ଶ୍ରୀକ୍ଷେତ୍ରରେ ରଥଯାତ୍ରା ସମୟରେ ଠେଲାପେଲାରେ ଦୁଇଜଣ ଭକ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର,୧୬/୦୭: ଶ୍ରୀକ୍ଷେତ୍ରରେ ରଥଯାତ୍ରା ସମୟରେ ଭକ୍ତଙ୍କ ଅତ୍ୟଧିକ ଭିଡ଼ ଯୋଗୁଁ ଘଟିଥିବା ଠେଲାପେଲାରେ ଦୁଇଜଣ ଭକ୍ତଙ୍କ ଦୁଃଖଦ ମୃତ୍ୟୁ ଘଟିଛି । ଏହି ଅଘଟଣକୁ ରାଜ୍ୟ ସରକାର ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି । ଘଟଣା ସମ୍ପର୍କରେ ହସ୍ପଟାଲ ଯାଇ ପଚାରି ବୁଝିବାକୁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ, ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ହସ୍ପିଟାଲକୁ ଯାଇ ମୃତକଙ୍କ ପରିବାରବର୍ଗଙ୍କୁ ଭେଟିବା ସହ ଆହତମାନଙ୍କ ଚିକିତ୍ସା ବ୍ୟବସ୍ଥା ନେଇ ସମୀକ୍ଷା କରିବେ । ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ସୂଚନା ଦେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ସରକାର ଏହି ଦୁର୍ଭାଗ୍ୟଜନକ ଅଘଟଣରେ ଗଭୀର ମର୍ମାହତ । ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲେ ମଧ୍ୟ ଏଭଳି ପରିସ୍ଥିତି ଉପୁଜିବା ଅତ୍ୟନ୍ତ ଦୁଃଖଦାୟକ । ମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଘଟଣାର ସମ୍ପୂର୍ଣ୍ଣ ରିପୋର୍ଟ ମାଗିଛନ୍ତି । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତ ଭକ୍ତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରଥଯାତ୍ରା ପରି ଏକ ବୃହତ୍ କାର୍ଯ୍ୟକ୍ରମରେ ଭକ୍ତଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକତା, ତେଣୁ ଏହି ଘଟଣାର କାରଣ ଖୋଜି ବାହାର କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *