ରଥଯାତ୍ରା ୨୦୨୬: ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ, ରଥାରୂଢ଼ ହେବେ ଚତୁର୍ଦ୍ଧାମୂର୍ତ୍ତି

ଭୁବନେଶ୍ୱର,୧୬/୦୭: ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ସବୁଠୁ ଆକର୍ଷଣୀୟ ଏବଂ ଭାବବିହ୍ୱଳ କରୁଥିବା ପରମ୍ପରା ପହଣ୍ଡି ବିଜେ ଆରମ୍ଭ ହୋଇଛି । ଶଙ୍ଖଧ୍ୱନି, ଘଣ୍ଟ, କାହାଳୀ, ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନିରେ କମ୍ପି ଉଠିଛି ସମଗ୍ର ଶ୍ରୀକ୍ଷେତ୍ର । ପହଣ୍ଡି ନୀତିର ଶୁଭାରମ୍ଭ ହୋଇଛି ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ସହ । ପାରମ୍ପରିକ ପହଣ୍ଡି ଶୈଳୀରେ ଶ୍ରୀମନ୍ଦିରରୁ ବାହାରି ଭକ୍ତଙ୍କ ଗହଣରେ ଆସି ରଥାରୂଢ଼ ହେଲେ ପ୍ରଭୁ ସୁଦର୍ଶନ । ପାରମ୍ପରିକ ଗୋଟି ପହଣ୍ଡି ଶୈଳୀରେ ସେବାୟତମାନଙ୍କ କାନ୍ଧରେ ଝୁଲି ଝୁଲି ପ୍ରଭୁ ବଳଭଦ୍ର ଧୀରେ ଧୀରେ ରଥ ଆଡ଼କୁ ଅଗ୍ରସର ହେଉଛନ୍ତି । ଆରମ୍ଭ ହୋଇଛି ମା’ ସୁଭଦ୍ରାଙ୍କ ପବିତ୍ର ପହଣ୍ଡି ବିଜେ । ଶଙ୍ଖ, ଘଣ୍ଟ, ମୃଦଙ୍ଗ ଓ “ଜୟ ମା ସୁଭଦ୍ରା” ଧ୍ୱନିରେ ସମଗ୍ର ବଡ଼ଦାଣ୍ଡ ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଛି ।

Leave a Reply

Your email address will not be published. Required fields are marked *