ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନୋଟିସ, ଜାଣନ୍ତୁ କାରଣ କଣ?

ଭୁବନେଶ୍ୱର,୧୧/୦୭: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ଆୟୋଗ ନୋଟିସ୍ କରିଛନ୍ତି ।  ଛୋଟ ପିଲାଙ୍କୁ ଧରି ପ୍ରତିବାଦ ଘଟଣାରେ ବିଜେଡି ସଭାପତିଙ୍କ ସମେତ ୭ଜଣଙ୍କୁ ନୋଟିସ୍ ।  ଗତକାଲି ଝାରସୁଗୁଡ଼ାରେ ଛୋଟପିଲାଙ୍କୁ ଧରି ପ୍ରତିବାଦ କରିଥିଲେ ଦୀପାଳି  ଦାସ, ଅଳକା ମହାନ୍ତି, ଛାତ୍ର ବିଜେଡ଼ି ସଭାନେତ୍ରୀ ଇପ୍‌ସିତା ସାହୁ ।

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ତରଫରୁ ବିଜେଡି ନେତାଙ୍କୁ ନୋଟିସ୍‌ । ପୂର୍ବତନ CM ନବୀନ, ପୂର୍ବତନ ବିଧାୟିକା ଅଳକା ମହାନ୍ତି, ଦୀପାଳି ଦାସଙ୍କୁ ନୋଟିସ୍‌ । ବିଜେଡି ଛାତ୍ର ସଂଗଠନ ସଭାନେତ୍ରୀ ଇପ୍ସିତା ସାହୁଙ୍କୁ ମଧ୍ୟ ନୋଟିସ କରାଯାଇଛି । ୭ ଦିନ ଭିତରେ ଆକ୍ସନ ଟେକେନ ରିପୋର୍ଟ ଜିଲ୍ଲାପାଳ ଦେବାକୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  ଏହି ନୋଟିସ୍‌ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ ।

Leave a Reply

Your email address will not be published. Required fields are marked *