ହର୍ମୁଜ୍ ପ୍ରଣାଳୀରେ ପୁଣି ଥରେ ଗୁଳିଗୋଳା ବର୍ଷଣ, ବାଣିଜ୍ୟିକ ମାଲବାହୀ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ

ନୂଆଦିଲ୍ଲୀ,୨୬/୦୬; ବିଶ୍ବରେ ତୈଳ ପରିବହନ ପାଇଁ ଗୁରୁତ୍ବପୂର୍ଣ୍ଣ। ହର୍ମୁଜ୍ ପ୍ରଣାଳୀରେ ପୁଣି ଥରେ ଗୁଳିଗୋଳା ବର୍ଷଣ ହୋଇଛି। ଏକ ବାଣିଜ୍ୟିକ ମାଲବାହୀ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ ପାଇଁ ଆମେରିକା ସିଧାସଳଖ ଇରାନର ରିଭଲ୍ୟୁସନାରୀ ଗାର୍ଡକୁ ଦାୟୀ କରିଛି। ଜାହାଜରୁ ଟୋଲ୍ ଆଦାୟ କରିବାକୁ ତେହେରାନର ଜିଦ୍ ଓ ଏହି ସଦ୍ୟତମ ଆକ୍ରମଣ ଆମେରିକା-ଇରାନ ଶାନ୍ତି ଚୁକ୍ତି ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରିଛି। ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ସିଙ୍ଗାପୁର ପତାକା ବହନ କରୁଥିବା ‘ଏଭର ଲଭଲି’ ନାମକ କଣ୍ଟେନର ଜାହାଜକୁ ଓମାନ ଉପକୂଳରେ ଇରାନୀ ଅର୍ଦ୍ଧସାମରିକ ବାହିନୀର ଡ୍ରୋନ୍ ଦ୍ୱାରା ଟାର୍ଗେଟ କରାଯାଇଥିଲା।

Leave a Reply

Your email address will not be published. Required fields are marked *