ପାଠ୍ୟପୁସ୍ତକରେ ଅସଂଖ୍ୟ ତ୍ରୁଟି ପ୍ରସଙ୍ଗ, ୪ ଜଣ ଅଧିକାରୀ ସସପେଣ୍ଡ

ଭୁବନେଶ୍ୱର,୨୬/୦୬: ପାଠ୍ୟପୁସ୍ତକରେ ଅସଂଖ୍ୟ ତ୍ରୁଟି ନେଇ ଚାଲିଥିବା ବିବାଦ ଭିତରେ ରାଜ୍ୟ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ପାଠ୍ୟ ପୁସ୍ତକ ସହ ସଂପୃକ୍ତ ୪ ଜଣ ଅଧିକାରୀଙ୍କୁ ସରକାର ନିଲମ୍ବନ କରିଛନ୍ତି । ନିଲମ୍ବନ ହୋଇଥିବା ୪ ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶ ମନୋଜ ପାଢ଼ୀ, ସହକାରୀ ନିର୍ଦ୍ଦେଶକ ପ୍ରଲିପ୍ତା ପାଢ଼ୀ, ଦିଲ୍ଲୀପ କୁମାର ସାହୁ ଓ ଭାରତୀ ଟୁଡ଼ୁ । ପାଠ୍ୟପୁସ୍ତକରେ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀ କହିଥିଲେ କି, ଯେଉଁମାନେ ଏହି ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାସହ ତ୍ରୁଟି ଥିବା ବହିଗୁଡ଼ିକୁ ପ୍ରତ୍ୟାହାର କରି ଛାତ୍ରଛାତ୍ରୀମାନଙ୍କୁ ନିର୍ଭୁଲ ବହି ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।

Leave a Reply

Your email address will not be published. Required fields are marked *