ଭୁବନେଶ୍ୱର,୨୪/୦୬: ସମୁଦ୍ର ଆମପାଇଁ ସୀମା ନୁହେଁ ଆମ ପାଇଁ ନିବେଶର ପ୍ରବେଶ ପଥ । ଏପରି ଆଜି ବଡ଼ ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବନ୍ଦର, ମତ୍ସ୍ୟ, ଗବେଷଣା , ବ୍ଲୁ ଇକୋନୋମି ଆମପାଇଁ ସମ୍ପତ୍ତି । ଓଡ଼ିଶାରେ ୫୭୫ ବେଳାଭୂମି ରହିଛି, ତାର ସୁରକ୍ଷା ଆମର ଦାୟିତ୍ୱ । ରାଜ୍ୟ ଭିତରେ ସମନ୍ୱୟ ରକ୍ଷାକରି ଆଗକୁ ବଢ଼ିବାର ରାସ୍ତା ଦେଖାଇଛି । ଭାରତ ସମୁଦ୍ର ରାଷ୍ଟ୍ର ଭାବେ ଆଗକୁ ବଢୁଛି । ଆଜିକାର ଏହି ବୈଠକ ଓଡ଼ିଶା ପାଇଁ ଗୌରବର କଥା । ଆଜିର ଏହି ମିଟିଂରେ ୮ଟି ରାଜ୍ୟର ପ୍ରତିନିଧି ଯୋଗଦେଇଛନ୍ତି । ଓଡ଼ିଶାର ୫୭୪ କିଲୋମିଟର ଅଛି । ଅତୀତରେ ଆମ ସାଧବପୁଅ ମାନେ ଦକ୍ଷିଣ ଏବଂ ପୂର୍ବ ଏସିଆ ସହ ବାଣିଜ୍ୟିକ ସମ୍ପର୍କକୁ ମଜଭୁତ କରିଥିଲା । ସାମୁଦ୍ରିକ ବାଣିଜ୍ୟ ଏବଂ ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲା । ତାହା କିପରି ଆଗକୁ ବଢ଼ିବ ସେଥିପାଇଁ ଆମେ କାମ କରୁଛୁ । ଓଡ଼ିଶାର ଗଞ୍ଜାମ ଜିଲ୍ଲା ବାହୁଦା ଓ ମହାନଦୀ ଅବବାହିକାରେ ଦୁଇଟି ପୋର୍ଟ କରାଯାଉଛି । ଏଥିରେ 50 ହଜାର କୋଟି ବିନିଯୋଗ କରାଯିବ । ଯେଉଁଥିରେ ଡିପସି ପୋର୍ଟ କରାଯିବ ସହ ପ୍ରଯୁକ୍ତି ବିଦ୍ୟା ସହ AI କୁ ଅନ୍ତର୍ଭୁକ୍ତ କରାଯାଉଛି । ବିଶେଷ କରି ମାଛଧରା ଡଙ୍ଗା ଓ ଟ୍ରଲର ସୁରକ୍ଷା ଡିଭାଇସ୍ ବା ପାଇଁ ଅଧିକ ବ୍ୟବସ୍ଥା କରାଯାଉଛି ।