କୋଲକାତାର ତାରାତଲା ଅଞ୍ଚଳରେ ଅଘଟଣ, ନିର୍ମାଣ ଧୀନ ଛାତ ଭୁଶୁଡି ୩ ଶ୍ରମିକ ମୃତ: ଚାଲିଛି ଉଦ୍ଧାର କାର୍ଯ୍ୟ

ମୁଆଦିଲ୍ଲୀ, ୨୪/୦୬: କୋଲକାତାର ତାରାତଲା ଅଞ୍ଚଳରେ ଆଜି ମଧ୍ୟାହ୍ନରେ ଏକ ବଡ଼ ଧରଣର ଅଘଟଣ ଘଟିଯାଇଛି। ସେଠାରେ ନିର୍ମାଣ ଚାଲିଥିବା ଏକ ତିନି ମହଲା ଗୋଦାମ ଗୃହର ଛାତ ହଠାତ୍ ଭୁଶୁଡ଼ି ପଡ଼ିଯାଇଛି। ଯାହା ଫଳରେ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ରୁ ଅଧିକ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି।ମିଳିଥିବା ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ପ୍ରାୟ ୧୨:୨୦ ସମୟରେ ଏହି ଦୁର୍ଘଟଣା ଘଟିଛି। ଛାତ ପଡ଼ିବା ମାତ୍ରେ ସେଠାରେ କାମ କରୁଥିବା ଶ୍ରମିକମାନେ ଭିତରେ ହିଁ ଚାପି ହୋଇ ରହିଯାଇଥିଲେ। ସ୍ଥାନୀୟ ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବର୍ତ୍ତମାନ ସୁଦ୍ଧା ୬ ରୁ ୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ହସ୍ପିଟାଲ ପଠାଇଛି। ପୋଲିସ, ଅଗ୍ନିଶମ ବାହିନୀ ଓ ବିପର୍ଯ୍ୟୟ ପରିଚାଳନା ଦଳ ପକ୍ଷରୁ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Leave a Reply

Your email address will not be published. Required fields are marked *