ଭୁବନେଶ୍ୱର,୨୨/୦୬: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗକୁ ନେଇ ବିଜେଡି ପକ୍ଷରୁ ଦାଖଲ କରାଯାଇଥିବା ଅଯୋଗ୍ୟତା ଆବେଦନ ଖାରଜ । ଆବେଦନକୁ ଖାରଜ କଲେ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ । ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନ ସମୟରେ କ୍ରସ୍ ଭୋଟିଂ କରିଥିବା ଅଭିଯୋଗରେ ଆଠ ଜଣ ବିଧାୟକଙ୍କ ବିରୋଧରେ ବିଜେଡ଼ି ଏହି ଆବେଦନ ଦାଖଲ କରିଥିଲା । ସୁବାସିନୀ ଜେନା, ସୌଭିକ ବିଶ୍ବାଳ, ଚକ୍ରମଣି କହଁର, ସନାତନ ମହାକୁଡ଼, ନବ କିଶୋର ମଲ୍ଲିକ, ଅରବିନ୍ଦ ମହାପାତ୍ର, ରମାକାନ୍ତ ଭୋଇ ଓ ଦେବିରଞ୍ଜନ ତ୍ରିପାଠୀଙ୍କ ବିରୋଧରେ କରାଯାଇଥିବା ଅଯୋଗତ୍ୟା ଆବେଦନ ଖାରଜ ହୋଇଛି ।