ସାରା ରାଜ୍ୟରେ ବଦଳିଛି ପାଗର ମିଜାଜ, ଟ୍ଵିନ ସିଟିରେ ବର୍ଷା ଜାରି

ଭୁବନେଶ୍ୱର,୨୨/୦୬: ସାରା ରାଜ୍ୟରେ ବଦଳିଛି ପାଗର ମିଜାଜ । ମେଘୁଆ ଆକାଶ ସାଙ୍ଗକୁ ଝିପିଝିପି ବର୍ଷାରେ ଭିଜୁଛି ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା । ବିଶେଷ କରି ଟୁଇନ୍ ସିଟି ଭୁବନେଶ୍ୱର ଓ କଟକରେ ସକାଳୁ ଲାଗି ରହିଛି ମୌସୁମୀ ବର୍ଷା । ଲଗାତାର ବର୍ଷା ଯୋଗୁଁ ପ୍ରବଳ ଗରମ ଓ ଅସହ୍ୟ ଗୁଳୁଗୁଳିରୁ ମିଳିଛି ବଡ଼ ଆଶ୍ୱସ୍ତି । ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି କଟକ ପର୍ଯ୍ୟନ୍ତ ସବୁଆଡ଼େ ମୌସୁମୀ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ସକାଳୁ ଆକାଶ ଘନ କଳା ମେଘରେ ଢାଙ୍କି ରହିଥିବାବେଳେ ଝିପିଝିପି ବର୍ଷା ଲାଗି ରହିଛି ।ବର୍ଷା ସହ ତାପମାତ୍ରା ହ୍ରାସ ପାଇଥିବାରୁ ଲୋକମାନେ ଖରା ଓ ଗୁଳୁଗୁଳିରୁ ନିଶ୍ୱାସ ପାଇଛନ୍ତି । ପାଗର ଏହି ପରିବର୍ତ୍ତନ ଚାଷୀଙ୍କ ପାଇଁ ମଧ୍ୟ ଆଶାର କିରଣ ପାଲଟିଛି । ଧାନ ଚାଷ ପାଇଁ ଜମି ପ୍ରସ୍ତୁତି କାମରେ ଏହି ବର୍ଷା ସହାୟକ ହେବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *