ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୮ତମ ଜନ୍ମଦିନ, ମୟୁରଭଞ୍ଜରେ ପହଞ୍ଚି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୨୦/୦୬: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୮ତମ ଜନ୍ମଦିନ ଅବସରରେ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଷ୍ଟ୍ରପତିଙ୍କ ଜନ୍ମମାଟି ପାହାଡ଼ପୁରରେ ପହଞ୍ଚି ତାଙ୍କ ସହ ଗାଁ ବୁଲିଛନ୍ତି । ମୟୂରଭଞ୍ଜର ମାଟି, ଆଦିବାସୀ ସଂସ୍କୃତି, ଓଡ଼ିଶାର କଳା ଓ ଐତିହ୍ୟକୁ ନିକଟରୁ ଦେଖି ପ୍ରଶଂସା କରିଛନ୍ତି । ରାଷ୍ଟ୍ରପତିଙ୍କ ଜନ୍ମଦିନକୁ ନେଇ ପାହାଡ଼ପୁରରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳିଥିଲା ଉତ୍ସବର ମାହୋଲ । ଓଡ଼ିଶାର ମାଟି ସହ ତାଙ୍କର ଆତ୍ମୀୟ ସମ୍ପର୍କ ଥିବା କଥା ମଧ୍ୟ ସେ ପ୍ରକାଶ କରିଥିଲେ । ପାହାଡ଼ପୁରରେ ପହଞ୍ଚିବା ପରେ ସର୍ବପ୍ରଥମେ ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ । ସାହସ, ସରଳତା ଏବଂ ଜନସେବା ପ୍ରତି ଦ୍ରୌପଦୀ ମୁର୍ମୁଙ୍କ ସମର୍ପଣକୁ ସେ ପ୍ରଶଂସା କରିଥିଲେ । ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଥାଇ ମଧ୍ୟ ନିଜ ମୂଳ ମାଟି ସହ ରାଷ୍ଟ୍ରପତିଙ୍କ ଅଟୁଟ ସମ୍ପର୍କକୁ ମୋଦୀ ଉଦାହରଣ ଭାବେ ଉପସ୍ଥାପନ କରିଥିଲେ । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ପୂରା ମୟୂରଭଞ୍ଜ ଉତ୍ସବମୁଖର ହୋଇଉଠିଥିଲା । ରାସ୍ତାଘାଟରୁ ଆରମ୍ଭ କରି ସଭାସ୍ଥଳ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳିଥିଲା ଜନସାଧାରଣଙ୍କ ଉତ୍ସାହ ।

Leave a Reply

Your email address will not be published. Required fields are marked *