ଓଡ଼ିଶାବାସୀଙ୍କ ଆପଣା ପଣ ପାଇଁ ମୁଁ ବାରମ୍ବାର ଓଡ଼ିଶା ଆସୁଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୦/୦୬: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମମାଟିରେ ଜନ୍ମଦିନର ଶୁଭେଚ୍ଛା ଜଣାଇ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଆରେ ଅଭିଭାଷଣ ଆରମ୍ଭ ସହ ମୋଦି କହିଛନ୍ତି, ଓଡ଼ିଶାର ଗଣପର୍ବ ରଜ ଏବେଏବେ ସରିଛି । ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଛି । ରାଜ୍ୟ ସରକାର ୨ ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି । ଓଡ଼ିଶାବାସୀଙ୍କ ଆପଣା ପଣ ପାଇଁ ବାରମ୍ବାର ଆସୁଛି। ଓଡ଼ିଶାର ଝିଅ ଏବେ ଦେଶ ପାଇଁ ଗର୍ବ। ମୟୂରଭଞ୍ଜ ପାଇଁ ନୁହେଁ ସେ ଓଡ଼ିଶା ପାଇଁ ଗର୍ବ। ରାଷ୍ଟ୍ରପତିଙ୍କ ଘରକୁ ଯାଇ ଶୁଭେଚ୍ଛା ଜଣାଇଛି। ପାହାଡ଼ପୁର ଗାଁକୁ ଯାଇ ସବୁକିଛି ଦେଖିଲି। ଏହାସହ ମୋଦି କହିଛନ୍ତି, ସୋଲାର ଭିଲେଜ ହେବ ପାହାଡ଼ପୁର। ସୂର୍ଯ୍ୟ ଗ୍ରାମ ଭାବେ ପାହାଡ଼ପୁର ପରିଚିତ ହେବ। ଖୁବ୍‌ଶୀଘ୍ର କାମ ଆଗେଇ ନିଆଯିବ। ଏହାବାଦ୍ ୨ ବର୍ଷର ମୋହନ ସରକାରଙ୍କୁ ସାର୍ଟିଫିକେଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ। କହିଛନ୍ତି, ମୋହନ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ଆଗଉଛି। ପ୍ରଗତିର ପ୍ରବେଶ ଦ୍ୱାର ସାଜୁଛି ଓଡ଼ିଶା। ସମୁଦ୍ର, ଖଣିଜ ସମ୍ପଦ, କୃଷି କ୍ଷେତ୍ରରେ ବିପୁଳ ସମ୍ଭାବନା ରହିଛି। ଓଡ଼ିଶାରେ ନିବେଶ ବୃଦ୍ଧି ପାଇଁ ଉତ୍କର୍ଷ ଓଡ଼ିଶା ଭଳି କାର୍ଯ୍ୟକ୍ରମ ହେଉଛି। ୨୦ ଲକ୍ଷ କୋଟିର ନିବେଶ ପ୍ରସ୍ତାବ ଆସିଛି। ସାଢ଼େ ୩ ଲକ୍ଷ କୋଟିରୁ ଅଧିକ ମେଗା ପ୍ରକଳ୍ପର କାମ ଚାଲିଛି। ଶକ୍ତି କ୍ଷେତ୍ରରେ ୬ ହଜାର କୋଟିରୁ ଅଧିକ ନିବେଶ ହୋଇଛି। ସରକାରଙ୍କ କାମକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, ଜନଜାତି ବିକାଶକୁ ପ୍ରାଥମିକତା ଦେଉଛନ୍ତି ସରକାର । ଦେଶରେ ୫୦୦ ଏକଲବ୍ୟ ସ୍କୁଲ ଖୋଲିଛି। ମୟୂରଞ୍ଜରେ ଆଉ ଏକ ନବୋଦୟ ବିଦ୍ୟାଳୟ ଖୋଲିବ। ୪ କୋଟିରୁ ଅଧିକ ସ୍ୱାସ୍ଥ୍ୟକାର୍ଡ ବଣ୍ଟାଯାଇଛି । ଓଡ଼ିଶାର ଅର୍ଥ ବ୍ୟବସ୍ଥା ସୁଦୃଢ଼ ହେଲେ ଦେଶ ସୁଦୃଢ଼ ହେବ। ମିଳିମିଶି ଓଡ଼ିଶାର ବିକାଶକୁ ଶିଖରରେ ପହଞ୍ଚାଇବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *