ଭୁବନେଶ୍ୱର,୧୮/୦୬: କାଲିଠୁ ଖୋର୍ଦ୍ଧା ଜିଲ୍ଲାରେ ସକାଳୁଆ ସ୍କୁଲ । ୧୯ରୁ ୨୫ ତାରିଖ ଯାଏଁ ସକାଳୁଆ ସ୍କୁଲ ହେବା ନେଇ ସୂଚନା ରହିଛି । ସକାଳ ୬ଟା ୩୦ରୁ ଦିନ ୧୦ଟା ୩୦ ଯାଏଁ ସ୍କୁଲ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସ୍କୁଲରେ ପିଇବା ପାଣି ଓ ଓଆର୍ଏସ୍ ବ୍ୟବସ୍ଥା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।ସେପଟେ ପୁରୀରେ ବଢ଼ିଲା ସ୍କୁଲ୍ ଛୁଟି । ପ୍ରବଳ ଖରା ଯୋଗୁଁ ବଢ଼ିଲା ସ୍କୁଲ ଛୁଟି ଅବଧି । ୨୨ ତାରିଖରେ ସ୍କୁଲ୍ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ବଢ଼ିଲା । ତେବେ ପୂର୍ବରୁ ମଧ୍ୟ ସରକାରଙ୍କ ପକ୍ଷରୁ ଖରାଛୁଟି ବଢ଼ିବା ନେଇ ସୂଚନା ଦିଆଯାଇଥିଲା । ଖରାକୁ ଦୃଷ୍ଟିରେ ରଖି ଛୁଟି ଅବଧି ବଢ଼ିପାରେ ବୋଲି କୁହାଯାଉଥିଲା ।