ଗୃହ ବିଭାଗର ଓଏସଡି ଥିବା ବରିଷ୍ଠ ଆଇପିଏସ ଅଫିସର ଦୟାଲ ଗଙ୍ଗୱାର ନିଲମ୍ବିତ

ଭୁବନେଶ୍ୱର,୧୮/୦୬: ରାଜ୍ୟ ପ୍ରଶାସନରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୃହ ବିଭାଗର ଓଏସଡି ଥିବା ବରିଷ୍ଠ ଆଇପିଏସ ଅଫିସର ଦୟାଲ ଗଙ୍ଗୱାର ନିଲମ୍ବିତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ନିକଟରେ ଜିଆରପି (GRP) କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ମାମଲାକୁ ନେଇ ଦୟାଲ ଗଙ୍ଗୱାର ବିବାଦ ଘେରକୁ ଆସିଥିଲେ । କନେଷ୍ଟବଳଙ୍କ ପରିବାର ଲୋକେ ଗଙ୍ଗୱାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ସୌମ୍ୟରଞ୍ଜନଙ୍କୁ ସରକାରୀ କାର୍ଯ୍ୟ ବ୍ୟତୀତ ନିଜର ବ୍ୟକ୍ତିଗତ କାମରେ ଖଟାଇବା ଏବଂ ମାନସିକ ନିର୍ଯାତନା ଦେବା ଭଳି ସଙ୍ଗିନ ଅଭିଯୋଗ ହୋଇଥିଲା ।

Leave a Reply

Your email address will not be published. Required fields are marked *