ନୂଆଦିଲ୍ଲୀ,୧୮/୦୬: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହାଇକୋର୍ଟରୁ ଜୋରଦାର ଝଟ୍କା ଲାଗିଛି। ପଶ୍ଚିମବଙ୍ଗ ବିଧାନସଭା ବିରୋଧୀ ଦଳ ନେତା ପଦକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କୋର୍ଟ ବର୍ତ୍ତମାନ ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇବାକୁ ମନା କରିଦେଇଛନ୍ତି। କୋର୍ଟ ବାଚସ୍ପତି ରଥିନ୍ ବସୁଙ୍କ ନିଷ୍ପତ୍ତିରେ ଦଖଲ ଦେବାକୁ ମନା କରିଦେଇଥିବାରୁ ଋତବ୍ରତ ବିରୋଧୀ ଦଳ ନେତା ରହିବେ । ଜଷ୍ଟିସ୍ କୃଷ୍ଣ ରାଓ କହିଛନ୍ତି ଯେ, ମାମଲାର ପରବର୍ତ୍ତୀ ଶୁଣାଣି ୨୮ ଜୁଲାଇରେ ହେବ। ସେ ସମସ୍ତ ପକ୍ଷଙ୍କୁ ପରବର୍ତ୍ତୀ ଶୁଣାଣି ତାରିଖ ପୂର୍ବରୁ ସେମାନଙ୍କର ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଟିଏମ୍ସି ବିଧାୟକ ତଥା ମମତାଙ୍କ ବିଶ୍ବସ୍ତ ଶୋଭନଦେବ ଚଟ୍ଟୋପାଧ୍ୟାୟ ବାଚିସ୍ପତିଙ୍କ ନିଷ୍ପତ୍ତି ଉପରେ ମଧ୍ୟବର୍ତ୍ତୀକାଳୀନ ରୋକ୍ ଲଗାଇବାକୁ ହାଇକୋର୍ଟରେ ଏହି ଆବେଦନ କରିଥିଲେ। ଜୁନ୍ ୧ ତାରିଖରେ ତୃଣମୂଳ କଂଗ୍ରେସ ଦଳ ବିରୋଧୀ କାର୍ଯ୍ୟ ନେଇ ଋତବ୍ରତଙ୍କୁ ଦଳରୁ ବହିଷ୍କାର କରିଥିଲା।