ଦଳରୁ ଇସ୍ତଫା ଦେଲେ ତୃଣମୂଳ କଂଗ୍ରେସର ପ୍ରଭାବଶାଳୀ ନେତ୍ରୀ ସୁସ୍ମିତା ଦେବ

ନୂଆଦିଲ୍ଲୀ,୧୦/୦୬: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି । ମମତା ବାନାର୍ଜୀଙ୍କ ଅତି ଘନିଷ୍ଠ ତଥା ତୃଣମୂଳ କଂଗ୍ରେସର ପ୍ରଭାବଶାଳୀ ନେତ୍ରୀ ସୁସ୍ମିତା ଦେବ ଦଳରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରୁଥିବା ସୁସ୍ମିତାଙ୍କ ଏପରି ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ ଯେ, ସୁସ୍ମିତା ଦେବ ୨୦୨୧ ମସିହାରେ କଂଗ୍ରେସ ସହ ଦୀର୍ଘ ଦିନର ସମ୍ପର୍କ ଛିନ୍ନ କରି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ସେ କଂଗ୍ରେସର ମହିଳା ଶାଖାର ଜାତୀୟ ଅଧ୍ୟକ୍ଷା ଥିଲେ ଏବଂ ଆସାମର ସିଲଚରରୁ ଜଣେ ପ୍ରଭାବଶାଳୀ ନେତ୍ରୀ ଭାବେ ଜଣାଶୁଣା। ତାଙ୍କ ବାପା ସନ୍ତୋଷ ମୋହନ ଦେବ କଂଗ୍ରେସର ଜଣେ ବଡ଼ ନେତା ଥିଲେ। ଟିଏମସିରେ ଯୋଗ ଦେବା ପରେ ମମତା ବାନାର୍ଜୀ ତାଙ୍କୁ ପଶ୍ଚିମବଙ୍ଗରୁ ରାଜ୍ୟସଭାକୁ ପଠାଇଥିଲେ ଏବଂ ତ୍ରିପୁରା ତଥା ଆସାମରେ ଦଳର ସଙ୍ଗଠନ ସଜାଡ଼ିବା ଦାୟିତ୍ୱ ଦେଇଥିଲେ । ସୁସ୍ମିତାଙ୍କ ଇସ୍ତଫା ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, ଦଳ ଭିତରେ କିଛି ନିଷ୍ପତ୍ତିକୁ ନେଇ ସେ ଅସନ୍ତୁଷ୍ଟ ଥିଲେ।

Leave a Reply

Your email address will not be published. Required fields are marked *