ରାସ୍ତାକଡ଼ରେ କୁଢ଼ କୁଢ଼ ଅଳିଆ ଓ ମଦ ବୋତଲ ଦେଖି ରାଗିଲେ ମେୟର

ଭୁବନେଶ୍ୱର,୦୩/୦୬: ରାସ୍ତାକଡ଼ରେ କୁଢ଼ କୁଢ଼ ଅଳିଆ ଓ ମଦ ବୋତଲ ଦେଖି ରାଗିଲେ ମେୟର ସୁଲୋଚନା ଦାସ । ରୂପାଲି ଛକ ନିକଟରେ ଆଜି ସକାଳୁ ସକାଳୁ ବିଏମସି ପକ୍ଷରୁ ଗଣ ସଫେଇ କାର୍ଯକ୍ରମ ଚାଲିଥିବା ବେଳେ ରାସ୍ତା ଉପରେ ହୋଇଥିବା ଜବରଦଖଲ ସହ ରାସ୍ତା କଡ଼ରେ ପଡ଼ି ରହିଥିବା କୁଢ଼ କୁଢ଼ ଅଳିଆକୁ ଦେଖି ବିରକ୍ତ ହୋଇଥିଲେ। କାହିଁକି ସଫା ହେଉନି ବୋଲି ଅଧିକାରୀଙ୍କ ଉପରେ ବର୍ଷିଥିଲେ । କେଉଁଠି ଭଙ୍ଗା ଅଟୋ ତ ଆଉ କେଉଁଠି ପାର୍କ ଭିତରେ ଗଦା ହୋଇଛି ପୁରୁଣା ହୋର୍ଡିଂ ଆଉ ଅଳିଆ । କିଏ ପାର୍କ ଜାଗାକୁ ମାଡ଼ି ବସି ଗାଡ଼ି ସର୍ଭିସିଂ ସେଣ୍ଟର କରିଛି ତ ଆଉ କେଉଁଠି ରାସ୍ତା ଉପରେ ଜବର ଦଖଲ କରି ବେଆଇନ ଭାବେ ଗଢି ଉଠିଛି ଦୋକାନ ଘର। ପାର୍କ ଭିତରେ ସଫା କରିବା ସହ କଲୋନୀ ଭିତରେ ଗୃହ ନିର୍ମାଣ ସାମଗ୍ରୀ ଗଦା କରାଯାଉଥିବା ଦେଖିବାକୁ ମିଳିଥିଲା । ସରକାରୀ ଜାଗାରେ ହୋଇଥିବା ସର୍ଭିସ ସେଣ୍ଟରକୁ ସିଲ କରିଦେଇଛି ବିଏମସି । ପରିମଳ ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଖୋଦ ସହର କେନ୍ଦ୍ରସ୍ଥଳ ରୂପାଲି ଛକ ନିକଟରେ କାହିଁକି ସଫା ହେଉନି ବୋଲି ଅଧିକାରୀଙ୍କୁ ତାଗିଦ୍ କରିବା ସହ ସ୍ଵଚ୍ଛତା ଦିଗରେ ସହରବାସୀ ସଜାଗ ଓ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *