ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍ ୪ରେ କେରଳରେ ପହଞ୍ଚିବା ନେଇ ପୂର୍ବାନୁମାନ କଲା ଆଇଏମଡି

ଭୁବନେଶ୍ୱର,୦୨/୦୬: ଭାରତରେ ମୌସୁମୀ ଆଗମନର ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁନ୍ ୪ରେ କେରଳରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି। ଏହା ଦକ୍ଷିଣ ଭାରତରେ ବହୁ ପ୍ରତ୍ୟାଶିତ ବର୍ଷା ଆଣିବ ଏବଂ ଦେଶରେ ବର୍ଷାଋତୁର ଆନୁଷ୍ଠାନିକ ଆରମ୍ଭକୁ ଚିହ୍ନିତ କରିବ ବୋଲି କହିବା ସହ ପାଣିପାଗ ବିଭାଗ କେରଳ ପାଇଁ ପ୍ରବଳ ବର୍ଷା ସତର୍କ ସୂଚନା ଜାରି କରିଛି। ଆସନ୍ତା ସପ୍ତାହରେ ଦକ୍ଷିଣ ରାଜ୍ୟଗୁଡ଼ିକରେ ବ୍ୟାପକ ବୃଷ୍ଟିପାତ ହେବ ବୋଲି ପାଣିପାଗ ଏଜେନ୍ସି ପୂର୍ବାନୁମାନ କରିଛି। ଆସନ୍ତା ଛଅରୁ ସାତ ଦିନ ମଧ୍ୟରେ ରାଜ୍ୟର ବିଚ୍ଛିନ୍ନ ସ୍ଥାନରେ ୭ ସେମିରୁ ୨୦ ସେମି ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆରବ ସାଗର ଉପରେ ଆର୍ଦ୍ରତାଭରା ମୌସୁମୀ ପବନ ଶକ୍ତିଶାଳୀ ହୋଇ ଉତ୍ତର ଦିଗକୁ ଅଗ୍ରସର ହେଉଥିବାରୁ ତାମିଲନାଡୁ ଓ କର୍ଣ୍ଣାଟକର କିଛି ଅଂଶରେ ପ୍ରବଳ ବର୍ଷା ହେବ ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଛି।

Leave a Reply

Your email address will not be published. Required fields are marked *