ଆଜିଠୁ ମହଙ୍ଗା ହେଲା ସୋଲାର୍ ପ୍ୟାନେଲ୍, ୫ କିଲୋୱାଟ୍ ସିଷ୍ଟମ୍ ପାଇଁ ଖର୍ଚ୍ଚ ହୋଇପାରେ ଅତିରିକ୍ତ ୧୫ ହଜାର ଟଙ୍କା

ନୂଆଦିଲ୍ଲୀ,୦୧/୦୬: ଆଜିଠୁ ମହଙ୍ଗା ହୋଇଛି ସୋଲାର୍ ପ୍ୟାନେଲ୍ । ଚୀନ ଉପରେ ନିର୍ଭରଶୀଳତା କମାଇବା ଲକ୍ଷ୍ୟ କରି ନୂଆ ପ୍ଳାନ କାର୍ଯ୍ୟକାରୀ କରିଛନ୍ତି ସରକାର । ଛାତ ସୋଲାର୍ ଲଗାଇବା ପାଇଁ ଖର୍ଚ୍ଚ ପ୍ରତି କିଲୋୱାଟ୍ ପିଛା ପ୍ରାୟ ୩ ହଜାର ଟଙ୍କା ବଢ଼ିପାରେ । ୫ କିଲୋୱାଟ୍ ସିଷ୍ଟମ୍ ପାଇଁ ଅତିରିକ୍ତ ୧୫ ହଜାର ଟଙ୍କା ଖର୍ଚ୍ଚ ହୋଇପାରେ । ତେବେ ପିଏମ ସୂର୍ଯ୍ୟ ଘର ଯୋଜନାରେ ସବସିଡି ଜାରି ରହିବ, କିନ୍ତୁ ନିୟମ କଠୋର ହେବ । ଭାରତର ସୋଲାର୍ ସେକ୍ଟରରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଛି । ଏବେ ଠାରୁ ନେଟ୍ ମିଟରିଙ୍ଗ୍ ଏବଂ ଓପନ୍ ଆକ୍ସେସ୍ ସହିତ ଜଡିତ ସୋଲାର୍ ପ୍ରୋଜେକ୍ଟଗୁଡ଼ିକ କେବଳ ଦେଶୀୟ ଉତ୍ପାଦିତ ସୋଲାର୍ ସେଲ୍ ବ୍ୟବହାର କରିବେ । ସରକାର କହିଛନ୍ତି ଯେ ଏହି ପଦକ୍ଷେପ ଭାରତର ସୋଲାର୍ ଉତ୍ପାଦନ ବ୍ୟବସ୍ଥାକୁ ମଜବୁତ୍ କରିବ ଏବଂ ବିଶେଷ କରି ଚୀନ୍ ଉପରେ ନିର୍ଭରଶୀଳତା କମାଇବ । କିନ୍ତୁ ଏହା ଗ୍ରାହକ, ଡେଭଲପର୍ ଏବଂ ଛୋଟ ଉତ୍ପାଦକଙ୍କ ପାଇଁ ଏହି ପରିବର୍ତ୍ତନ ସହଜ ହେବ ନାହିଁ ।

Leave a Reply

Your email address will not be published. Required fields are marked *