ଭୁବନେଶ୍ୱର,୩୧/୦୫: ପୁଣି ଟାଙ୍କିରେ ମିଳୁନି ଡିଜେଲ ଓ ପେଟ୍ରୋଲ । ତେଲ ନ ପାଇ ହଇରାଣ ହରକତ ହୋଇ ଫେରୁଛନ୍ତି ଲୋକେ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଗାୟତ୍ରୀ ପେଟ୍ରୋଲ ପମ୍ପରେ ତେଲ ସଙ୍କଟ । ଗତ ୪ ଦିନ ତଳେ ଟାଙ୍କିରେ ଆବଶ୍ୟକ ଅନୁଯାଇ ପେଟ୍ରୋଲ ଓ ଡିଜେଲ ପାଇଁ ଅର୍ଡର କରାଯାଇଥିଲେ ବି ଆଜି ପର୍ଯ୍ୟନ୍ତ ଗାଡ଼ି ପହଞ୍ଚି ପାରିନି । ଯାହାଫଳରେ ଟାଙ୍କିରେ ଷ୍ଟକ ଥିବା ଡିଜେଲ ଓ ପେଟ୍ରୋଲ ଶେଷ ହୋଇଯାଇଛି । ଦୁଇ ଦିନ ହେଲା ଟାଙ୍କିକୁ ଆସୁଥିବା ସମସ୍ତ ବାଇକ, ଟ୍ରକ ଓ ବସ ତେଲ ନ ପାଇ ଫେରିବାକୁ ପଡୁଛି । ଏ ନେଇ ପମ୍ପର ମ୍ୟାନେଜର କହିଛନ୍ତି ତେଲ ପାଇଁ ଗାଡି ଯାଇଥିଲେ ବି ଆଜି ପର୍ଯ୍ୟନ୍ତ ତେଲ ଆସିପାରି ନାହିଁ କି ଯୋଗାଯୋଗ କରିବା ପାଇଁ ଚେଷ୍ଟା କଲେ ବି କୌଣସି ଉତ୍ତର ଦେଉନାହାନ୍ତି । ଯାହା ଫଳରେ ରାତିଠୁ ଗ୍ରାହକ ମାନଙ୍କୁ ନିରାଶ ହୋଇ ଫେରିବାକୁ ପଡୁଛି ।