ଭୁବନେଶ୍ୱର,୨୯/୦୫: ଆସନ୍ତା ୫ ବର୍ଷ ମଧ୍ୟରେ ସାରା ବିଶ୍ବରେ ପ୍ରବଳ ଗରମ ଅନୁଭୂତ ହେବ । ଗ୍ରିନ୍ହାଉସ୍ ଗ୍ୟାସ୍ ନିର୍ଗମନ ଓ ଏଲ୍-ନିନୋ ପ୍ରଭାବ ଯୋଗୁଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ବଢ଼ିବାର ଆଶଙ୍କା ରହିଛି । ଆହୁରି ଭୟଙ୍କର ପ୍ରଚଣ୍ଡ ଜ୍ବାଳା ଦେଖାଦେବ । ଆଉ ଏହା ସବୁ ବର୍ଷର ରେକର୍ଡକୁ ଅତିକ୍ରମ କରିବ । ୨୦୩୦ ମସିହା ସୁଦ୍ଧା ବିଶ୍ବରେ ପ୍ରଳୟଙ୍କାରୀ ଗ୍ରୀଷ୍ମ ପ୍ରବାହ ନେଇ ଚେତାବନୀ ଜାରି କରିଛି ବିଶ୍ବ ପାଣିପାଗ ସଂଗଠନ ତଥା ଡବ୍ଲ୍ୟୁଏମଓ । ଜାତିସଂଘର ଏହି ସଂଗଠନର ରିପୋର୍ଟ ଅନୁସାରେ ୨୦୨୬ରୁ ୨୦୩୦ ମସିହା ମଧ୍ୟରେ ବିଶ୍ବ ତାପମାତ୍ରା ୧.୯ ଡିଗ୍ରିରୁ ଅଧିକ ରହିବ ବୋଲି ୭୫ ପ୍ରତିଶତ ସମ୍ଭାବନା ରହିଛି । ଏପରିକି ବିଶ୍ବବାସୀଙ୍କୁ ସର୍ବକାଳୀନ ରେକର୍ଡ ଭାଙ୍ଗିବା ଭଳି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ସାମ୍ନା କରିବାକୁ ପଡିପାରେ । ୨୦୨୪ ମସିହା ସବୁଠାରୁ ଗରମର ବର୍ଷ ଥିଲା ।