ଆଦେଶ ସଂରକ୍ଷଣ ରଖିବାର ତିନି ମାସ ମଧ୍ୟରେ ଚୂଡ଼ାନ୍ତ ରାୟ ପ୍ରଦାନ କରିବାକୁ ସମସ୍ତ ସୁପ୍ରିମକୋର୍ଟଙ୍କ ହାଇକୋର୍ଟଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୯/୦୫: ଦେଶର ସମସ୍ତ ରାଜ୍ୟର ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। କୋର୍ଟ ନିଷ୍ପତ୍ତିରେ ବିଳମ୍ବ ଉପରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆଦେଶ ସଂରକ୍ଷଣ ରଖିବାର ତିନି ମାସ ମଧ୍ୟରେ ଚୂଡ଼ାନ୍ତ ରାୟ ପ୍ରଦାନ କରିବାକୁ ସମସ୍ତ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଧାନ ବିଚାରପତି ସୂର୍ୟ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ନିଷ୍ପତ୍ତିରେ ବିଳମ୍ବ ହେଲେ ସମ୍ପୃକ୍ତ ପକ୍ଷଙ୍କର ଅପୂରଣୀୟ କ୍ଷତି ହୁଏ। ବ୍ୟକ୍ତିଗତ ସ୍ୱାଧୀନତା ସହିତ ଜଡ଼ିତ ମାମଲାରେ ତ୍ୱରାନ୍ୱିତ କାର୍ୟ୍ୟାନୁଷ୍ଠାନ ପାଇଁ ସୁପ୍ରିମକୋର୍ଟ ସ୍ୱତନ୍ତ୍ର ଭାବରେ ନିର୍ଦ୍ଦେଶ ଦେଇଛନ୍ତି। ଜାମିନ ଆବେଦନ ଉପରେ ରାୟ ସେହି ଦିନ ଘୋଷଣା କରାଯିବା ଉଚିତ। ନଚେତ ଅଦାଲତ ପରଦିନ ହିଁ ରାୟ ଶୁଣାଇବେ। ଜାମିନ କିମ୍ବା ଦଣ୍ଡାଦେଶ ସ୍ଥଗିତ ରଖିବାର ଆଦେଶ ଘୋଷଣା ହେବା ପରେ ଜେଲ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଜଣାଇବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Leave a Reply

Your email address will not be published. Required fields are marked *