କେରଳମ୍‌ର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଘରେ ଇଡି ପକ୍ଷରୁ ଚଢ଼ଉ

ନୂଆଦିଲ୍ଲୀ,୨୭/୦୫: କେରଳମ୍‌ର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଘର ସମେତ ୧୦ ସ୍ଥାନରେ ଆଜି ଇଡି ପକ୍ଷରୁ ଚଢ଼ଉ କରାଯାଇଛି। କୋଚିନ୍ ମିନେରାଲ୍ସ ଆଣ୍ଡ୍ ରୁଟାଇଲ୍ ଲିମିଟେଡ୍ ଓ ବିଜୟନଙ୍କ ଝିଅଟି ବୀଣାଙ୍କ ମାଲିକାନାରେ ଥିବା ଏକ ଘରୋଇ କମ୍ପାନି ଏକ୍ସାଲୋଜିକ୍ ସଲ୍ୟୁସନ୍ସ ସହିତ ଜଡିତ କଥିତ ଆର୍ଥିକ ଅନିୟମିତତା ସମ୍ପର୍କରେ ଇଡି ଏହି ଚଢ଼ଉ କରିଛି। କେରଳ ହାଇକୋର୍ଟ କୋଚିନ୍ ମିନେରାଲ୍ସ ଆଣ୍ଡ୍ ରୁଟାଇଲ୍ ଲିମିଟେଡ୍ ମାମଲାରେ ଇଡ଼ିର ତଦନ୍ତ ବାତିଲ କରିବାକୁ ମନା କରିବାର ଦିନକ ପରେ ଏହି ଚଢ଼ଉ କରାଯାଇଥିଲା। ସିନ୍ଥେଟିକ୍ ରୁଟାଇଲ୍ ଓ ଶିଳ୍ପ ରାସାୟନିକ ପଦାର୍ଥ ନିର୍ମାଣରେ ନିୟୋଜିତ କେରଳମ୍‌ର ଏହି କମ୍ପାନି ଉପରେ ବଡ଼ଧରଣର ଲାଞ୍ଚ କାରବାର ଓ ମନି ଲଣ୍ଡରିଂ ଅଭିଯୋଗ ଆସିଛି। ଏକ୍ସାଲୋଜିକ୍ ସଲ୍ୟୁସନ୍ସ କୌଣସି ସେବା ପ୍ରଦାନ ନକରି କୋଚିନ୍‌ ମିନେରାଲ୍ସ ଠାରୁ ବିପୁଳ ପରିମାଣର ଅର୍ଥ ପାଇଛି ବୋଲି ଅଭିଯୋଗକୁ ନେଇ ବିବାଦ ରହିଥିଲା। ଏହି ମାମଲାରେ ବିଜୟନଙ୍କୁ ସିଧାସଳଖ ଅଭିଯୁକ୍ତ ଭାବରେ ନାମିତ କରାଯାଇ ନଥିଲେ ମଧ୍ୟ ଏହା କେରଳମ୍‌ରେ ଏକ ବଡ଼ ରାଜନୈତିକ ଝଡ଼ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *