ପୁଣି ଥରେ ଇରାନ ଉପରେ ଆକ୍ରମଣ ଆରମ୍ଭ କଲା ଆମେରିକା

ନୂଆଦିଲ୍ଲୀ,୨୬/୦୫: ଆମେରିକା ପୁଣି ଥରେ ଇରାନ ଉପରେ ଆକ୍ରମଣ ଆରମ୍ଭ କରିଛି। ହର୍ମୁଜ୍ ପ୍ରଣାଳୀ ନିକଟରେ ଥିବା ଇରାନୀ ଦ୍ୱୀପପୁଞ୍ଜ ଉପରେ ଆକ୍ରମଣ କରାଯାଇଛି । ଆମେରିକା ସେନା କହିଛି ଯେ, ସେମାନେ ଦକ୍ଷିଣ ଇରାନରେ ଏହି ଆକ୍ରମଣ କରିଛନ୍ତି, ଇରାନୀ କ୍ଷେପଣାସ୍ତ୍ର ସ୍ଥଳ ଏବଂ ମାଇନ୍ ବିଛାଇବାକୁ ଚେଷ୍ଟା କରୁଥିବା ଡଙ୍ଗାଗୁଡ଼ିକୁ ଟାର୍ଗେଟ କରାଯାଇଛି । ଆମେରିକା କେନ୍ଦ୍ରୀୟ କମାଣ୍ଡ ଦ୍ୱାରା ଜାରି ଏକ ବିବୃତିରେ କୁହାଯାଇଛି ଯେ, ଏହି ଆକ୍ରମଣ ଆତ୍ମରକ୍ଷା ପାଇଁ କରାଯାଇଛି। ଇରାନୀ ବାହିନୀ ଦ୍ୱାରା ସୃଷ୍ଟି ହୋଇଥିବା ବିପଦରୁ ଆମର ସୈନ୍ୟଙ୍କୁ ରକ୍ଷା କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ ହୋଇଛି । କେନ୍ଦ୍ରୀୟ କମାଣ୍ଡ ମୁଖପାତ୍ର ଟିମ୍ ହକିନ୍ସ କହିଛନ୍ତି, ଆମେରିକା ସେନା ଚଳିତ ଅସ୍ତ୍ରବିରତି ସମୟରେ ସଂଯମତା ଅବଲମ୍ବନ କରି ନିଜର ସୈନ୍ୟମାନଙ୍କୁ ସୁରକ୍ଷା ଦେଇଆସୁଛି । ଏହି ଆକ୍ରମଣ ଏପରି ସମୟରେ ହୋଇଛି ଯେତେବେଳେ ଉଭୟ ପକ୍ଷ ସମାଧାନ ପାଇଁ ଆଲୋଚନାରେ ଅଗ୍ରଗତି ହେଉଥିବା ଦାବି କରୁଛନ୍ତି । ତେଣୁ ଏହି ନୂଆ ଆକ୍ରମଣ ଆଲୋଚନା ବନ୍ଦ ହେବା ଏବଂ ଯୁଦ୍ଧ ପୁନରାରମ୍ଭ ହେବାର ସମ୍ଭାବନାକୁ ବୃଦ୍ଧି କରିଛି ।

Leave a Reply

Your email address will not be published. Required fields are marked *