ନୂଆଦିଲ୍ଲୀ,୨୩/୦୫: ଆମ୍ ଆଦମୀ ପାର୍ଟି ଛାଡ଼ି ବିଜେପିରେ ଯୋଗ ଦେଇଥିବା ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କୁ ବିଜେପି ଏକ ବଡ଼ ଦାୟିତ୍ୱ ଦେଇଛି । ତାଙ୍କ ରାଜ୍ୟସଭାର ଯାଚିକା ସମିତିର ଚେୟାରମ୍ୟାନ ଭାବେ ବିଜେପି ନିଯୁକ୍ତ କରିଛି । ରାଘବ ଚଢ଼ାଙ୍କୁ ଏହି ପଦ ମିଳିବା ପରେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜ୍ୟସଭା ସଚିବାଳୟ ତରଫରୁ ଜାରି ହୋଇଥିବା ଅଧିସୂଚନା ମୁତାବକ ରାଜ୍ୟସଭାର ସଭାପତି ସିପି ରାଧାକୃଷ୍ଣନ ଚଳିତ ମାସ ୨୦ ତାରିଖରେ ପ୍ରଭାବୀ ନୂଆ ସମିତିର ପୁର୍ନଗଠନ କରିଛନ୍ତି । ଏହି କ୍ରମରେ ରାଘବ ଚଢ଼ାଙ୍କୁ ସମିତର ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି ।