CBSE ପକ୍ଷରୁ ଚଳିତ ବର୍ଷର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ

ନୂଆଦିଲ୍ଲୀ,୧୩/୦୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ପକ୍ଷରୁ ଚଳିତ ବର୍ଷର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍‌ରେ ନିଜର ମେଧା ତାଲିକା ଏବଂ ମାର୍କସିଟ୍ ଦେଖିପାରିବେ । ପରୀକ୍ଷାର୍ଥୀମାନେ cbseresults.nic.in କିମ୍ବା results.cbse.nic.in ଜରିଆରେ ନିଜ ଫଳାଫଳ ଜାଣିପାରିବେ । ରେଜଲ୍ଟ ଦେଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ନିଜର ରୋଲ୍ ନମ୍ବର, ସ୍କୁଲ୍ ନମ୍ବର ଏବଂ ଆଡମିଟ୍ କାର୍ଡ ଆଇଡି ଦାଖଲ କରିବାକୁ ପଡ଼ିବ । ଛାତ୍ରଛାତ୍ରୀମାନେ ‘ଡିଜିଲକର’ (DigiLocker) ଏବଂ ‘ଉମଙ୍ଗ’ (UMANG) ଆପ୍ ମାଧ୍ୟମରେ ମଧ୍ୟ ନିଜର ଡିଜିଟାଲ୍ ମାର୍କସିଟ୍ ସଂଗ୍ରହ କରିପାରିବେ ।

Leave a Reply

Your email address will not be published. Required fields are marked *