ରାଜଧାନୀର ଫାୟାର ଷ୍ଟେସନ ଓଭର ବ୍ରିଜ୍ ନିକଟରେ ଦୁର୍ଘଟଣା, ୩ମୃତ

ଭୁବନେଶ୍ୱର, ୦୯/୦୫: ରାଜଧାନୀର ଫାୟାର ଷ୍ଟେସନ ଓଭର ବ୍ରିଜ୍ ନିକଟରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଏକ ଟ୍ରକ୍ ଗୋଟିଏ ବାଇକ୍ ଏବଂ ଦୁଇଟି ସ୍କୁଟିକୁ ଧକ୍କା ଦେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଯୁବତୀ ଥିବା ଜଣାପଡ଼ିଛି । ଟ୍ରକ୍‌ଟି ଅତି ବେଗରେ ଆସୁଥିବା ବେଳେ ସାମ୍ନାରେ ଥିବା ବାଇକ୍ ଏବଂ ସ୍କୁଟିଗୁଡ଼ିକୁ ପଛରୁ ଧକ୍କା ଦେଇଥିଲା । ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ଜଣେ ଆହତଙ୍କ ଅବସ୍ଥା ଗୁରୁତର ରହିଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ  ପ୍ରକାଶ ପାଇନାହିଁ । ଓଭର ବ୍ରିଜ୍ ଅଞ୍ଚଳରେ ଯାନବାହାନ ଚଳାଚଳ ନିୟନ୍ତ୍ରଣ କରିଛି ପୋଲିସ୍ ।

Leave a Reply

Your email address will not be published. Required fields are marked *