ଛତିଶଗଡ ସୀମାରେ ବିସ୍ଫୋରଣରେ ଆହତ ହୋଇଥିବା ୩ ଜଣ ଯବାନ ସହିଦ୍‌

ନୂଆଦିଲ୍ଲୀ,୨/୦୫: ଛତିଶଗଡ ନାରାୟଣପୁର-କାଂକେର ସୀମାରେ ବିସ୍ଫୋରଣରେ ଆହତ ହୋଇଥିବା ୩ ଜଣ ଯବାନ ସହିଦ୍‌ ହୋଇଛନ୍ତି। ସହିଦ ଯବାନଙ୍କ ମଧ୍ୟରେ ଜଣେ ଇନ୍ସପେକ୍ଟର ଅଛନ୍ତି। ତାଙ୍କ ନାଁ ସୁଖରାମ ବେଟ୍ଟି। ଡିଆରଜି ଯବାନ କୃଷ୍ନା କୋମରା ଓ ସଂଜୟ ଗଢପାଲେ ସହିଦ ହୋଇଛନ୍ତି। ସେହିପରି ଗୁରୁତର ଯବାନ ହେଲେ ଡିଆରଜି ଯବାନ ପରମାନନ୍ଦ କୋମରା। ଛୋଟେବେଟିଆ ଥାନା ନାରାୟଣପୁର-କାଂକେର ସୀମାରେ ବିସ୍ଫୋରଣ ହୋଇଥିଲା। ଡିମାଇନିଂ ଅଭିଯାନରେ ବାହାରିଥିଲେ ଡିଆରଜି ଯବାନ। କେନ୍ଦ୍ର ଗୃହମନ୍ତ୍ରଣାଳୟ କହିଥିଲେ କି ମାର୍ଚ୍ଚ ୩୧,୨୦୨୫ ସୁଦ୍ଧା ସାରା ଦେଶରୁ ନକ୍ସଲ ନିପାତ ହୋଇଯିବେ । ଏନେଇ ବି ଅନେକ ପ୍ରକାର ରଣକୌଶଳ ଆପଣାଇଥିଲେ । କିଛିଦିନ ତଳେ ଗୃହମନ୍ତ୍ରଣାଳୟ ସୂଚନା ଦେଇ କହିଥିଲେ କି ଦେଶ ମାଓମୁକ୍ତ ହୋଇସାରିଛି ।