ଇରାନ ପାଖରେ ଏବେ ଦୁଇଟି ବିକଳ୍ପ ବାକି, ନଚେତ ଧ୍ବଂସ କରିବା ପାଇଁ ପରୋକ୍ଷରେ ଧମକ ଦେଇଛନ୍ତି ଟ୍ରମ୍ପ

ନୂଆଦିଲ୍ଲୀ,୦୨/୦୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଇରାନ ପାଖରେ ଏବେ ଦୁଇଟି ବିକଳ୍ପ ବାକି ଅଛି। ଆଲୋଚନା କରି ଏକ ଚୂଡ଼ାନ୍ତ ସମାଧାନ କରିବାକୁ କିମ୍ବା ଆମେରିକା ତେହେରାନ ବିରୋଧରେ ଏକ ପୂର୍ଣ୍ଣସ୍ତରୀୟ ସାମରିକ ଅଭିଯାନ ଆରମ୍ଭ କରି ଧ୍ବଂସ କରିବା ପାଇଁ ପରୋକ୍ଷରେ ଧମକ ଦେଇଛନ୍ତି। ପଚରାଯିବାରୁ ଟ୍ରମ୍ପ କହିଥିଲେ,ବିକଳ୍ପ ଅଛି। ଆମେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରି ସବୁଦିନ ପାଇଁ ଶେଷ କରିବାକୁ ଚାହୁଁନୁ। ଆମେ ଏକ ଚୁକ୍ତି କରିବାକୁ ଚେଷ୍ଟା କରିବାକୁ ଚାହୁଁଛୁ। ଏହା ହିଁ ବିକଳ୍ପ। ମାନବିକତା ଦୃଷ୍ଟିରୁ, ମୁଁ ଏହା ପସନ୍ଦ କରିବି ନାହିଁ। କିନ୍ତୁ ଏହା ହିଁ ବିକଳ୍ପ,ଆମେ ସେଠାରେ ବିସ୍ଫୋରଣ କରିବୁ କି ଅନ୍ୟ କିଛି କରିବୁ ତାହା ପରେ ନିଷ୍ପତ୍ତି ଗ୍ରହଣ କରାଯିବ। ସେମାନେ ଚୁକ୍ତି ଚାହାଁନ୍ତି, କିନ୍ତୁ ମୁଁ ଏଥିରେ ସନ୍ତୁଷ୍ଟ ନୁହେଁ। ହ୍ୱାଇଟ୍ ହାଉସରେ ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ଟ୍ରମ୍ପ କହିଛନ୍ତି, ସେମାନେ ଏକ ଚୁକ୍ତି କରିବାକୁ ଚାହୁଁଛନ୍ତି, କିନ୍ତୁ ମୁଁ ଏଥିରେ ସନ୍ତୁଷ୍ଟ ନୁହେଁ, ତେଣୁ ଆମେ ଦେଖିବୁ କ’ଣ କରାଯାଇ ପାରିବ। ଟ୍ରମ୍ପ ଇରାନର ନେତୃତ୍ୱ ଭିତରେ ଥିବା ଆଭ୍ୟନ୍ତରୀଣ ବିଭାଜନକୁ ମଧ୍ୟ ଇଙ୍ଗିତ କରିଛନ୍ତି। ଇରାନର ନେତାମାନଙ୍କ ମଧ୍ୟରେ ଏକତାର ଅଭାବ ଆଲୋଚନା ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛି। ଇରାନରେ ନେତୃତ୍ୱ ବିଚ୍ଛିନ୍ନ। ଦେଶରେ ଏକାଧିକ ଗୋଷ୍ଠୀ ଅଛନ୍ତି।ସେମାନେ ସମସ୍ତେ ଏକ ଚୁକ୍ତି କରିବାକୁ ଚାହୁଁଛନ୍ତି, କିନ୍ତୁ ସେମାନେ ସମସ୍ତେ ବିଶୃଙ୍ଖଳିତ। ତେହେରାନ ପାକିସ୍ତାନର ମଧ୍ୟସ୍ଥତାଙ୍କୁ ଶାନ୍ତି ପ୍ରସ୍ତାବ ପଠାଇବାର କିଛି ଘଣ୍ଟା ପରେ, ଇରାନରେ ଯୁଦ୍ଧ ସମ୍ପର୍କରେ ତାଙ୍କର ଯୋଜନା ବିଷୟରେ ଚୁପ୍ ରହିବା ସହିତ ଇରାନ ଉପରେ ଆମେରିକାର ନୂତନ ଆକ୍ରମଣ ଉପରେ ପ୍ରଶ୍ନକୁ ଏଡାଇ ଦେଇଛନ୍ତି ଟ୍ରମ୍ପ।