ବଲାଙ୍ଗୀର ଜିଲ୍ଲାରେ ଭୂମିକମ୍ପ ଅନୁଭୂତ, ଘର ଦ୍ୱାର ଦୋହଲିଥିବା ସୂଚନା!

ଭୁବନେଶ୍ୱର,୨/୦୫: ବଲାଙ୍ଗୀର ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଛି। ଆଜି ଭୋରୁ ବଲାଙ୍ଗୀରର କିଛି କିଛି ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ବଲାଙ୍ଗୀର ସହର ସହ ଦେଓଗାଁ, ଆଟଗାଁ ଅଞ୍ଚଳରେ ଆଜି ଭୋର ସମୟରେ ଭୂମିକମ୍ପ ଅନୁଭୂତ ହୋଇଛି ।ଅଞ୍ଚଳବାସୀ ଏକ ବଡ଼ଧରଣର ଶବ୍ଦ ଶୁଣିବା ସହ ଝଟ୍‌କା ଅନୁଭବ କରିଛନ୍ତି । କିଛି କ୍ଷଣ ପାଇଁ କବାଟ, ଝରକା ଦୋହଲିବା ଭଳି ଅନୁଭବ କରିଛନ୍ତି । ଏ ନେଇ ସରକାରୀ ତଥ୍ୟ ମିଳି ପାରିନାହିଁ।